Tuesday , June 6 2023
Breaking News
Home / ବିଶେଷ / ୪ ଦୁର୍ଦ୍ଧାନ୍ତ ଅପରାଧୀ ଗିରଫ- ୫ ଟି ପିସ୍ତଲ, ୨୮ ରାଉଣ୍ଡ ଜୀବନ୍ତ ଗୁଳି ଓ କାର ଆଦି ଜବତ

୪ ଦୁର୍ଦ୍ଧାନ୍ତ ଅପରାଧୀ ଗିରଫ- ୫ ଟି ପିସ୍ତଲ, ୨୮ ରାଉଣ୍ଡ ଜୀବନ୍ତ ଗୁଳି ଓ କାର ଆଦି ଜବତ

କଟକ,୨୪/୦୫/୨୦୨୧(ଓଡ଼ିଶା ସମାଚାର/ଦେବାଶିଷ ରଥ)- କଟକ ଚାଉଳିଆଗଂଜ ପୋଲିସ କୁ ଏକ ବଡ଼ ସଫଳତା ମିଳିଛି । ଜଗତସିଂହପୁର ଜିଲାର ବାଲିଘାଟ ମାନଙ୍କରେ ବଡ଼ ଧରଣର ହିଂସା କାଣ୍ଡ କରିବା ପାଇଁ ଜଗତସିଂହପୁର ଜିଲାର ଦୁର୍ଦ୍ଧାନ୍ତ ଅପରାଧୀ ଜାନକୀ ମହାରଣା ତାର ୬ ଜଣ ସହଯୋଗୀଙ୍କୁ ବେଆଇନ ଅସ୍ତ୍ର ଶସ୍ତ୍ର ଦେବା ପାଇଁ ଡ଼କାଇଥିଲା । ୬ ଜଣ ସହଯୋଗୀ ୩ ଟି ବାଇକ୍ ରେ ଆସି ସେଠାରେ ପହଂଚିଥିଲେ । ହେଲେ ଚାଉଳିଆଗଂଜ ପୋଲିସ କୌଣସି ସୂତ୍ରରୁ ଖବର ପାଇ ବିରିବାଟୀ ତାରିଣି ମନ୍ଦିର ନିକଟରେ ଚଢ଼ାଉ କରି ଜାନକୀ ସମେତ ୪ ଜଣଙ୍କୁ ଧରିପାରିଥିବାବେଳେ ବାଇକ୍ ଯୋଗେ ୩ ଜଣ ସହଯୋଗୀ ଖସି ପଳାଇବାକୁ ସଫଳ ହୋଇଥିଲେ । ଧରାପଡ଼ିଥିବା ୪ ଜଣ ହେଉଛନ୍ତି ସିଙ୍ଗିପୁର ର ଜାନକୀ ମହାରଣା (୩୨), ସିଙ୍ଗିପୁର ର ବାପି ଆଲିଆସ ଅମ୍ବିକା ପ୍ରସାଦ ସ୍ୱାଇଁ (୨୯) , କାଦୁଆପଡ଼ାର ରାକା ଆଲିଆସ ରାକେଶ କୁମାର ମଲିକ (୩୦) ଓ ବାଲିକୁଦା ଇଶ୍ୱରପୁର ର ଲିକୁନା ଆଲିଆସ ଚନ୍ଦନ ମହାନ୍ତି (୨୮) । ସେମାନଙ୍କ ନିକଟରୁ ୯ ଏମ,ମ ର ୩ ଟି ପିସ୍ତଲ, ୭.୬୫ ଏମଏମ ର ୨ ଟି ପିସ୍ତଲ, ୨୮ ରାଉଣ୍ଡ ଜୀବନ୍ତ ଗୁଳି ,ଓଡ଼ି-୦୨-ଜେବି-୨୭୭୦ ନମ୍ବର ଥିବା ଏକ କାର, ୪ ଟା ମୋବାଇଲ ଜବତ କରାଯାଇଛି । ଜାନକୀ ନାମରେ ଜିଲାର ବିଭିନ୍ନ ଥାନାରେ ୧୨ ଟି ମାମଲା ରହିଥିବାବେଳେ ରାକା ନାମରେ ୩ ଟି, ବାପି ନାମରେ ୨ ଟି ଓ ଲିକୁନା ନାମରେ ଗୋଟିଏ ଅପରାଧୀକ ମାମଲା ରହିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.