ଭୁବନେଶ୍ୱର,୨୪/୦୫/୨୦୨୧(ଓଡ଼ିଶା ସମାଚାର)-ବାତ୍ୟା ୟାସ୍ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଜାରି ରହିଛି। ଜିରୋ କାଜୁଆଲିଟି ଉପରେ ଗୁରୁତ୍ଵାରୋପ କରାଯାଇଛି। ଆଉ ଏକ ପଦକ୍ଷେପ କ୍ରମେ ବାତ୍ୟା ପାଇଁ ରାଜ୍ୟ ସରକାର ମେଁ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛଇ। ଜରୁରୀ ପରିସ୍ଥିତି ଯୋଗୁ କର୍ମଚାରୀମାଙ୍କୁ ହେଡ୍ କ୍ୱାର୍ଟର୍ସ ଛାଡ଼ି ନଯିବା ପାଇଁ ସବୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ପୂର୍ବରୁ ଛୁଟି ରେ ଥିବା ସରକାରୀ କର୍ମଚାରୀମାନଙ୍କର ଛୁଟି ମଧ୍ୟ ସରକାର ବାତିଲ କରିଛନ୍ତି । ଛୁଟିରେ ଥିବା କର୍ମଚାରୀଙ୍କୁ ତୁରନ୍ତ କାର୍ୟ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶା ସମାଚାର