Saturday , December 10 2022
Home / ବିଶେଷ / ସମ୍ଭାବ୍ୟ ବାତ୍ୟାକୁ ନେଇ ୨ଦିନ ପାଇଁ ଦୋକାନବଜାର ଖୋଲାରହିବା ସମୟରେ ବୃଦ୍ଧି

ସମ୍ଭାବ୍ୟ ବାତ୍ୟାକୁ ନେଇ ୨ଦିନ ପାଇଁ ଦୋକାନବଜାର ଖୋଲାରହିବା ସମୟରେ ବୃଦ୍ଧି

କେନ୍ଦ୍ରାପଡ଼ା, ୨୪/୦୫/୨୦୨୧(ଓଡ଼ିଶା ସମାଚାର)-ସମ୍ଭାବ୍ୟ ବାତ୍ୟା ୟସ କୁ ନେଇ ଲୋକମାନବେଜାରରୁ ଅତ୍ୟାବଶ୍ୟକ ଜିନିଷପତ୍ର କିଣିବା ପାଇଁ ସୁଯୋଗ ଦେବା ନିମନ୍ତେ ସ୍ୱତନ୍ତ୍ର ରିଲିଫ କମିଶନର ଦୋକାନବଜାର ଖୋଲାରହିବା ସମୟକୁ ବାତ୍ୟା ଦ୍ୱାରା  ପ୍ରଭାବିତ ହେବାକୁ ଥିବା ୧୦ଟି ଜିଲ୍ଲା ନିମନ୍ତେ ଦୁଇଦିନ ପାଇଁ  ବୃଦ୍ଧି କରିଛନ୍ତି  । ପୂର୍ବରୁ ଲକଡାଉନ ସମୟରେ ସକାଳ ୭ଟାରୁ  ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ନିର୍ଦ୍ଧିଷ୍ଟ ଦୋକାନବଜାର ଗୁଡିକ ଖୋଲା ରହୁଥିବା ବେଳେ ଏବେ ସମ୍ଭାବ୍ୟ ବାତ୍ୟା ୟସ ଯୋଗୁଁ ସୋମବାର ଏବଂ ମଙ୍ଗଳବାର ଦୁଇଦିନ ପାଇଁ ସକାଳ ୭ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଦୋକାନବଜାର ଗୁଡିକ ଖୋଲାରହିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦେଶନାମା ଜାରି କରିଛନ୍ତି । ରାସ୍ତାକଡ ଦୋକାନ, ଓମଫେଡ ଦୋକାନ, ଦୁଗ୍ଧ ବୁଥ, ଦୁଗ୍ଧ ଜାତୀୟ ପଦାର୍ଥ, ପାଉଁରୁଟି ଏବଂ ଖାଦ୍ୟ ତଥା ଅତ୍ୟାବଶ୍ୟକୀୟ ଜିନିଷ ପତ୍ର ଦୋକାନ, ପରିବା, ମାଛ, ମାଂସ ଓ ଅଣ୍ଡା ପ୍ରଭୃତି ଦୋକାନ ଗୁଡିକ ସକାଳ ୭ଟା ଠାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଏହି ଦୁଇଦିନ ପାଇଁ କେନ୍ଦ୍ରାପଡା ସମେତ ୧୦ଟି ବାତ୍ୟା ପ୍ରଭାବିତ ଜିଲ୍ଲାରେ ଖୋଲା ରହିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.