କେନ୍ଦ୍ରାପଡ଼ା, ୨୪/୦୫/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ଭାରତୀୟ ମାନବାଧିକାର ପରିଷଦ ପକ୍ଷରୁ କେନ୍ଦ୍ରାପଡା ସହରର ଦୁହୁରିଆଠାରୁ ତିନିମୁହାଣୀ ପର୍ଯ୍ୟନ୍ତ ବୁଲି କରୋନା ସମ୍ପର୍କରେ ଲୋକମାନଙ୍କୁ ସଚେତନତା କରାଯିବା ସହିତ ମାକ୍ସ, ସାନିଟାଇଜର ଓ କିଛି ଶୁଖିଲା ଖାଦ୍ୟ ବଂଟନ କରାଯାଇଛି । ପରିଷଦର କେନ୍ଦ୍ରାପଡା ଜିଲ୍ଲା ସଭାପତି ନିରଞ୍ଜନ ପରିଡା, ସମ୍ପାଦକ ଧନେଶ୍ୱର ପଟ୍ଟନାୟକ, ବ୍ଲକ ସଭାପତି ରଞ୍ଜନ କୁମାର ସାହୁ, ସମ୍ପାଦକ ହରେକୃଷ୍ଣ ବେହେରା, ପଟ୍ଟାମୁଣ୍ଡାଇ ବ୍ଲକ ସଭାପତି ସୂର୍ଯ୍ୟନାରାୟଣ ଦାସ, ସମ୍ପାଦକ ଉପେନ୍ଦ୍ର ନାୟକ, ସଂଯୋଜକ ପ୍ରିୟରଞ୍ଜନ ରାଉତ, ଗରଦପୁର ବ୍ଲକ ସଭାପତି ଶୁଭମ ପାଣି, ସମ୍ପାଦକ ନିରଞ୍ଜନ ଶତପଥୀ, ମହିଳା ସଭାପତି କାଦମ୍ବିନୀ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି କୋଭିଡ ସଚେତନତା କରିବା ସହ ମାକ୍ସ, ସାନିଟାଇଜର ଓ ଶୁଖିଲା ଖାଦ୍ୟ ବଂଟନ କରିଥିଲେ । ଓଡ଼ିଶା ସମାଚାର
Check Also
କିଶନନଗର ଥାନା ପରିସରରେ ଆତ୍ମାହୁତି ଘଟଣାରେ ରାଜ୍ୟ ମାନବିକ ଅଧିକାର କମିଶନଙ୍କ ନୋଟିସ
କଟକ , ୨୪ /୬/୨୦୨୨(ଓଡ଼ିଶା ସମାଚାର ): କଟକ ଜିଲା କିଶନନଗର ଥାନା ପରିସରରେ ଦେହରେ ନିଆଁ ଲଗାଇ ଆତ୍ମାହୁତି …