ପାରାଦୀପ,୨୪/୦୫/୨୦୨୧(ଓଡ଼ିଶା ସମାଚାର)-ସୋମବାର ଦିନ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟାର ପ୍ରଭାବ ପାରାଦୀପରେ ଦେଖିବାକୁ ମିଳିଛି । ସୋମବାର ଦିନ ସକାଳୁ ଲଗାଣ ବର୍ଷା ସାଙ୍ଗକୁ ପବନ, ଘଡଘଡି ଆରମ୍ଭ ହୋଇଛି । ଦିନ ତମାମ ଏହି ବର୍ଷା ଦେଖିବାକୁ ମିଳିଛି । ରାସ୍ତାଘାଟ ରେ ପାଣି ର ଲହଡି ଳହଡି ଖେଳୁଥିବା ବେଳେ ବଜାର ସମେତ ବସ୍ତି ଓ କଲୋନୀ ଅଂଚଳ ଜଳାର୍ଣ୍ଣବ ହୋଇଯାଇଛି । ତୁହା କୁ ତୁହା ପବନ ଲୋକମାନଙ୍କୁ ଆତଙ୍କିତ କରି ଦେଇଛି । ଅପରାହ୍ନ ରେ ବସ୍ତି ଅଂଚଳ ରୁ ଲୋକମାନେ କ୍ରମେ କ୍ରମେ ବାତ୍ୟା ଆଶ୍ରୟସ୍ଥଳକୁ ଆସୁଥିବା ଦେଖିବାକୁ ମିଳିଥିଲା । ଓଡ଼ିଶା ସମାଚାର