Monday , March 27 2023
Breaking News
Home / ବିଶେଷ / ବାତ୍ୟା ୟସ ପାଇଁ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ

ବାତ୍ୟା ୟସ ପାଇଁ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ

କେନ୍ଦ୍ରାପଡ଼ା, ୨୪/୦୫/୨୦୨୧(ଓଡ଼ିଶା ସମାଚାର)- ସମ୍ଭାବ୍ୟ ବାତ୍ୟା ୟସ ପାଇଁ ରାଜ୍ୟ ସରକାର କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କ ଛୁଟିକୁ ବାତିଲ କରିଦେଇଛନ୍ତି । ବାତ୍ୟା ପୂର୍ବରୁ ଓ ପରେ ପ୍ରଭାବିତ ଲୋକମାନଙ୍କୁ ବାତ୍ୟା ଅଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ, ଉଦ୍ଧାର ଓ ରିଲିଫ କାର୍ଯ୍ୟ ପ୍ରଭୃତି ନିମନ୍ତେ ସମସ୍ତ ସରକାରୀ ଛୁଟିକୁ ବାତିଲ କରିଦିଆଯାଇଥିବା ବେଳେ ସରକାରୀ ଅଧିକାରୀମାନଙ୍କୁ ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦେଶ ଦିଆଯାଇଛି । କୌଣସି ପରିସ୍ଥିତିରେ ସରକାରୀ ଅଧିକାରୀମାନଙ୍କୁ ମୁଖ୍ୟାଳୟ ପରିତ୍ୟାଗ ଅନୁମତି ଦିଆଯାଇପାରିବ ନାହିଁ ବୋଲି ନିର୍ଦେଶ ଦିଆଯାଇଛି । ଛୁଟିରେ ଥିବା ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କ ଛୁଟିକୁ ବାତିଲ କରିଦିଆଯାଇଥିବା ବେଳେ ସେମାନଙ୍କୁ ଯଥାଶୀଘ୍ର କାର୍ଯ୍ୟରେ ଯୋଗଦେବାକୁ ନିର୍ଦେଶ ଦିଆଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.