Tuesday , May 30 2023
Breaking News
Home / ବିଶେଷ /   ବାତ୍ୟା ମୁକାବିଲା କରିବା ପାଇଁ ବିଦୁ୍ୟତ ବିଭାଗ ପ୍ରସ୍ତୁତ

  ବାତ୍ୟା ମୁକାବିଲା କରିବା ପାଇଁ ବିଦୁ୍ୟତ ବିଭାଗ ପ୍ରସ୍ତୁତ

ଗରଦପୁର, ୨୪/୦୫/୨୦୨୧(ଓଡ଼ିଶା ସମାଚାର)- ବାତ୍ୟା ମୁକାବିଲା ପାଇଁ ବିଦ୍ୟୁତ୍ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି । ବାତ୍ୟା ‘ୟସ’ର ସଫଳ ମୁକାବିଲା କରିବା ପାଇଁ ନୂଆପଡା ବିଦ୍ୟୁତ ସେକ୍ସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ସେକ୍ସନ ଅଧିନରେ ପ୍ରାୟ ୧୫ ହଜାରୁ ଉଦ୍ଧ୍ୱର୍ ବିଦ୍ୟୁତ୍ ଉପଭୋକ୍ତାମାନେ ରହିଛନ୍ତି । ଏହି ସବୁ ଅଂଚଳରେ ବାତ୍ୟା ପରବର୍ତି ସମୟରେ କିପରି ତ୍ୱରିତ ଭାବରେ ବିଦ୍ୟୁତ ଯୋଗାଣ କରାଯାଇ ପାରିବ ସେ ନେଇ ବିଭାଗ ପକ୍ଷରୁ ତପôରତା ପ୍ରକାଶ କରାଯାଇଛି । ବାତ୍ୟା ୟସକୁ ଦୃଷ୍ଟିରେ ରଖି ନୂଆପଡା ସେକ୍ସନ ପକ୍ଷରୁ ପାଟକୁରା, ପରକୁଆ, ଆଖୁଆ,ଅନ୍ତେଇ, ଆଦି ସମ୍ବେଦନପୂର୍ଣ୍ଣ ସ୍ଥାନମାନଙ୍କରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଅତ୍ୟାବଶ୍ୟକ ସମସ୍ତ ବିଦ୍ୟୁତ ଉପକରଣ,ସାମଗ୍ରୀ ଓ ମାନବ ସମ୍ବଳ ଆଦି ପ୍ରସ୍ତୁତି ରଖାଯାଇଥିବା ସମ୍ପର୍କରେ ନୂଆପଡା ବିଦ୍ୟୁତ୍ ସେକ୍ସନର କନିଷ୍ଟ ଯନ୍ତ୍ରୀ ସନ୍ତୋଷ କୁମାର ମହାପାତ୍ର ସୂଚନା ଦେଇଛନ୍ତି । ସେକ୍ସନକୁ ୧୧କେ.ଭି ପାଇଁ ୫୦ଗୋଟି ବିଦ୍ୟୁତ୍ ଖୁଂଟ ଓ ୫ଗୋଟି ନୂତନ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଆସିଥିବାବେଳେ,ଟାଟା ପାୱାର ନିଜର ବିଜିନେସ୍ ଆସୋସିଏଟ୍ ମାଧ୍ୟମରେ ଯୁଦ୍ଧାକଳିନ ଭିତିିରେ ଯଥାସମ୍ଭବ କୁଶଳୀକର୍ମୀ ଓ ଅତ୍ୟାଧୁନିକ ଉପକରଣ ବ୍ୟବହାର କରି ବିଦ୍ୟୁତ୍ ପୁନଃ ସଂଯୋଗ କରିବା ପାଇଁ ପ୍ରସ୍ତୁତି ଚଳାଇଥିବା ସମ୍ପର୍କରେ କନିଷ୍ଟ ଯନ୍ତ୍ରୀ ଇଂ.ମହାପାତ୍ର ସୂଚନା ଦେଇଛନ୍ତି । ସମ୍ଭାବ୍ୟ ବିପର୍ଯ୍ୟୟ ପରେ କ୍ଷତିଗ୍ରସ୍ତ ବିଦ୍ୟୁତ୍ ଉପକରଣ ଯେପରିକି ବିଦ୍ୟୁତ ତାର,କେବୁଲ,ଲୁହାଖୁଂଟ,ଆଦି ବହୁ ମୂଲ୍ୟ ସାମାଜିକ ସମ୍ପତିକୁ ସୁରକ୍ଷା କରାଯାଇ ପାରିବ ସେ ନେଇ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।  ସେହିପରି ଗରଦପୁର ଠାରେ ୪୦ ଟି ଖୁଂଟ, ୪ ଟା ଟ୍ରାନ୍ସଫରମର ଓ ଅନ୍ୟାନ୍ୟ ଆବଶ୍ୟକିୟ ସରଂଜାମ ମହଯୁଦ ରଖାଯାଇଥିବା ସହକାରୀ ପରିଚାଳକ  ସୂର୍ଯ୍ୟପ୍ରକାଶ ବେଉରା ପ୍ରକାଶ କରିଛନ୍ତି । ବାତ୍ୟ ସମୟରେ କୌଣସି ସ୍ଥାନରେ ବିଦ୍ୟୁତ ତାର ଛିଣ୍ଡିଲେ ତାହାର ସୁରକ୍ଷା ପାଇଁ ଜନସାଧରଣ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published.