ଭିଡକୁ ଦେଖିଲେ ଲାଗୁଥିଲା ବାଲିଯାତ୍ରା ଚାଲିଛି
ପାରାଦୀପ ୨୪/୦୫/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟ ସରକାର ସୋମବାର ଓ ମଙ୍ଗଳବାର ଦୁଇ ଦିନ ଲକ୍ ଡାଉନ୍ ନିୟମ କୁ କୋହଳ କରିଛନ୍ତି ବାତ୍ୟା ୟାଶ୍ ପାଇଁ । ସପ୍ତାହନ୍ତ ସଟ୍ ଡାଉନ୍ ପରେ ଆଜି ମାର୍କେଟ ଖୋଲିଥିଲା । ପରିବା ମାର୍କେଟ୍ ଓ ବିଜୟା ମାର୍କେଟ୍ ରେ ଦେଖିବାକୁ ଲୋକମାନଙ୍କର ଅସମ୍ଭବ ଭିଡ । ରାସନ ଦୋକାନ ଆଗ ରେ ଭିଡ, ମିକ୍ସଚର ଦୋକାନ ଆଗ ରେ ଭିଡ ସବୁଠି ଭିଡ ଦେଖିବାକୁ ମିଳିଥିଲା । ଦିନ ୧୦ଟା ବେଳକୁ ମାର୍କେଟ ରୁ ପାଉଁରୁଟି ଓ କେକ୍ ଉଭାନ ହୋଇଯାଇଥିଲା । ବିସ୍କୁଟ୍, ପାଉଁରୁଟି ପାଇଁ ଠେଲାପେଲା ହେଉଥିଲେ ଲୋକମାନେ । ତେବେ ଆଜିର ଏଭଳି ଅସମ୍ଭବ ଭିଡକୁ ଦେଖିଲେ ଯେପରି ବାଲିଯାତ୍ରା ଚାଲିଛି । ଓଡ଼ିଶା ସମାଚାର