ପାରାଦୀପ ୨୪/୦୫/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ବନ୍ଦର ପକ୍ଷରୁ ବାତ୍ୟା ୟାଶ୍ ର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ପାରାଦୀପ ବନ୍ଦର ର ଅଧ୍ୟକ୍ଷ ବିନୀତ କୁମାର ଭିଡିଓ କନଫରେନ୍ସିଂ ମାଧୟମ ରେ ସ୍ଥିତି ର ଅନୁଧ୍ୟାନ କରିଛନ୍ତି । ଜଳ ନିଷ୍କାସନ ନିମନ୍ତେ ପାରାଦୀପ ବନ୍ଦର ପକ୍ଷରୁ ପେଲୋଡର ସାହାଯ୍ୟ ରେ ଡ୍ରେନ୍ ଗୁଡିକ ର ସଫେଇ ଯୁଦ୍ଧକାଳୀନ ଭିତିି ରେ ଆରମ୍ଭ କରାଯାଇଛି । ପାରାଦୀପ ବନ୍ଦର ପେତାଶ୍ରୟ ମଧ୍ୟ ରେ ଥିବା ଜାହାଜ ବୁଡିକୁ ବନ୍ଦର ପୋତାଶ୍ରୟ ବାହାର କୁ ଚାଲିଯିବା ପାଇଁ ନିର୍ଦ୍ଧେଶ ଦିଆଯାଇଛି । ଏଥି ସହ ବନ୍ଦରରେ ଡ୍ରେଜିଙ୍ଗ ପାଇଁ ନିୟୋଜିତ ହୋଇଥିବା ଡିସିଆଇର ଡ୍ରେଜର ଗୁଡିକୁ ପୋତାଶ୍ରୟ ବାହାରକୁ ଯିବା ପାଇଁ ବନ୍ଦର କର୍ତୃପକ୍ଷ ନିର୍ଦ୍ଧେଶ ଦେଇଛନ୍ତି । ୨୫ ତାରିଖ ସକାଳ ସୁଦ୍ଧା ଏଜି ଜାହାଜ,ଡ୍ରେଜର ସମେତ କୋଷ୍ଟଗାର୍ଡର ଜାହାଜ ପାରାଦୀପ ବନ୍ଦର ପୋତାଶ୍ରୟ ଅଂଚଳରୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ନିର୍ଦ୍ଧେଶ ଦିଆଯିବା ପରେ ସୋମବାର ଦିନ ଜାହାଜ ଗୁଡିକ ପୋତାଶ୍ରୟ ଛାଡୁଥିବା ଦେଖିବାକୁ ମିଳିଛି । ପାରାଦୀପ ବନ୍ଦର ପକ୍ଷରୁ ୫ ଗୋଟି ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ କରାଯାଇଥିବା ପାରାଦୀପ ବନ୍ଦର ପକ୍ଷରୁ ପ୍ରେସ୍ ଇସ୍ତାହାର ରୁ ଜଣାପଡିଛି । ଏହି ବାତ୍ୟା ଆଶ୍ରୟସ୍ଥଳରେ ୨ହଜାର ଲୋକ ରହିବାର ବନ୍ଦୋବସ୍ତ କରାଯାଇଛି । ସେଠାରେ ଆଶ୍ରୟ ନେଇଥିବା ଲୋକଙ୍କୁ ପାରାଦୀପ ବନ୍ଦର ପକ୍ଷରୁ ରାସନ୍, ରନ୍ଧା ଖାଦ୍ୟ, ପିଇବା ପାଣି, ମାସ୍କ, ସାନିଟାଇଜ୍ ପ୍ରଦାନ କରାଯିବାର ବନ୍ଦୋବସ୍ତ କରାଯାଇଛି । ପାରାଦୀପ ବନ୍ଦରର ପିପିଏଲ୍,ଇଫକୋ,ଜେଏସଡବ୍ଲ୍ୟୁ, ଇବିଟିପିଏଲ୍,ପିଆସିଟି ବର୍ଥ ସୁରକ୍ଷିତ ଥିବା ଜଣାପଡିଛି । କୋଷ୍ଟଗାର୍ଡ ପକ୍ଷରୁ ସମୁଦ୍ରରେ ଥିବା ଜାହାଜ ଓ ମାଛଧରା ବୋଟ୍ ଗୁଡିକୁ ସଜାଗ କରାଯାଇଥିଲା । କୋଷ୍ଟଗାର୍ଡର ହେଲିକ୍ୟାପ୍ଟର ସମୁଦ୍ର ମଧ୍ୟରେ ସଜାଗ ରହିବା ସହିତ କୋଷ୍ଟଗାର୍ଡର ଜାହାଜ ମୁକାବିଲା ପାଇଁ ପ୍ରସ୍ତୁତ ରହିଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର