Monday , December 6 2021
Breaking News
Home / ବିଶେଷ / ଦୁଇ ଦିନ ଅତ୍ୟାବଶ୍ୟକ ଦୋକାନ ଖୋଲିବା ସମୟ ବୃଦ୍ଧି

ଦୁଇ ଦିନ ଅତ୍ୟାବଶ୍ୟକ ଦୋକାନ ଖୋଲିବା ସମୟ ବୃଦ୍ଧି

ଭୁବନେଶ୍ୱର,୨୪/୦୫/୨୦୨୧(ଓଡ଼ିଶା ସମାଚାର)-ଗତ ଶନିବାର ଓ ରବିବାର ଦୁଇ ଦିନ ସଟ ଡ଼ାଉନ୍ ଥିଲା । ଆଜି ସକାଳ ୭ ଟାରେ ଦୋକାନ ଖୋଲିବା ପରେ ଦୋକାନ ବଜାର ରେ ପ୍ରବଳ ଜନଗହଳି ଦେଖାଦେଇଥିଲା । କୋଭିଡ଼ କଟକଣା ନମାନି ସମ୍ଭାବ୍ୟ ବାତ୍ୟା ପୂର୍ବରୁ ଅତ୍ୟାବଶ୍ୟକ ଜିନିଷ ପତ୍ର ଓ ପରିବା ପତ୍ର କିଣିବା ପାଇଁ ଲୋକମାନେ ହାଟ ବଜାରରେ ଭିଡ଼ ଜମାଇଥିଲେ । ତେବେ ସମ୍ଭାବ୍ୟ ବାତ୍ୟା ୟାସ୍ ର ପ୍ରଭାବ ପଡିବା ପୂର୍ବରୁ ଓଡ଼ିଶାର ଦଶଟି ଜିଲାର ଜନସାଧାରଣଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ରାଜ୍ୟ ସରକାର ଅଧିକ ସମୟ ପ୍ରଦାନ କରିଛନ୍ତି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ ଦ୍ୱାରା ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ମୟୁରଭଞ୍ଜ, କେନ୍ଦୁଝର, ପୁରୀ, ଯାଜପୁର, କଟକ ଓ ଖୋର୍ଦ୍ଧା ଜିଲାରେ ସକାଳ ୭ଟାରୁ ୧ଟା ପର୍ୟ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦେକାନ ଖୋଲା ରହିବ । ୨୪ ଓ ୨୫ ତାରିଖ ଦୁଇଦିନ ପାଇଁ ପନିପରିବା, ମାଛମାଂସ, ଦୁଗ୍ଧ ଆଦି କିଣିବାକୁ ଏହି ଅଧିକ ସମୟ ଦିଆଯାଇଛି। ତେବେ ଜନସାଧାରଣ ରାସ୍ତାରେ ଅଯଥାରେ ଭିଡ ନକରି କୋଭିଡ ସର୍ତ୍ତାବଳୀ କଡାକଡି ଭାବେ ପାଳନ କରି ସେମାନଙ୍କର ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ପରାମର୍ଶ ଦେଇଛନ୍ତି।ଓଡ଼ିଶା ସମାଚାର

About admin

Check Also

ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ରୁ କୋଟିଏ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ ଅଭିଯୋଗ

ଭୁବନେଶ୍ୱର,୦୫/୧୨/୨୦୨୧ (ଓଡ଼ିଶା ସମାଚାର)-ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ର ଗ୍ରୀଲ ଓ …

Leave a Reply

Your email address will not be published. Required fields are marked *