Wednesday , December 8 2021
Home / ବିଶେଷ / ଜିଲ୍ଲାପାଳ ପାରାଦୀପରେ ପହଂଚି ସ୍ଥିତି ଅନୁଧ୍ୟାନ କଲେ

ଜିଲ୍ଲାପାଳ ପାରାଦୀପରେ ପହଂଚି ସ୍ଥିତି ଅନୁଧ୍ୟାନ କଲେ

ପାରାଦୀପ ୨୪/୦୫/୨୦୨୧(ଓଡ଼ିଶା ସମାଚାର)- ବେଙ୍ଗାପସାଗର ରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ୟାଶ୍ ର ମୁକାବିଲା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର୍ ଉଦ୍ୟମ ଚାଲିଛି । ସୋମବାର ଦିନ କୁଜଙ୍ଗରେ ଆସନ୍ନ ବାତ୍ୟାର ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ବୈଠକ ଅନୁଷ୍ଟିତ ହୋଇଥିଲା । ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକ ରେ ଜିଲ୍ଲାପାଳଙ୍କ ସମେତ କୁଜଙ୍ଗ ତହସିଲଦାର, ବି.ଡି.ଓ, ଅତିରିକ୍ତ ତହସିଲଦାର, ସ୍ୱାସ୍ଥ୍ୟ ଅଧିକାରୀ, ବିଦ୍ୟୁତ ବିଭାଗ ଅଧିକାରୀ ଏହି ପ୍ରସ୍ତୁତି ବୈଠକରେ ଯୋଗ ଦେଇଥିଲେ । ଏହା ପରେ ପାରାଦୀପ ମ୍ୟୁନିସିପାଲିଟି କାର୍ଯ୍ୟାଳୟରେ ସ୍ଥିତି ସଂପର୍କରେ ଅନୁଧ୍ୟାନ କରିବାକୁ ପହଂଚି ଥିଲେ ଜିଲ୍ଲାପାଳ । ପାରାଦୀପର ଅତିରିକ୍ତ ଜିଲ୍ଲାପାଳ ଡ.କାହ୍ନୁ ଚରଣ ଧିର, ନିର୍ବାହୀ ଅଧିକାରି ସୌରିନ୍ଦ୍ର କୁମାର ରାଉତରାୟ ଙ୍କ ସହିତ ବାତ୍ୟା ର ପ୍ରାକ୍ ପ୍ରସ୍ତୁତି ସଂପର୍କରେ ଅଲୋଚନା କରିଥିଲେ । ବିଶେଷ କରି ପାରାଦୀପର ବିଭିନ୍ନ ତଳିଆ ଅଂଚଳରୁ ସ୍ଥାନାନ୍ତରିତ ହେବାକୁ ଥିବା ପ୍ରାୟ ୧୦ ହଜାର ଲୋକଙ୍କୁ କିପରି ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳକୁ ଅଣାଯିବ ସେ ନେଇ ଆଲୋଚନା କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

ସାଲେପୁର ରେ ଡ୍ରାଇଭର ମହାସଂଘ ର ବୈଠକ

ସାଲେପୁର,୦୭/୧୨/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )-ଓଡିଶା ଡ୍ରାଇଭର ମହାସଂଘ ଓ ସାଲେପୁର ଡ୍ରାଇଭର ସଂଘ ପକ୍ଷରୁ ଆଜି ବ୍ଲକ ଆଡିମିନ …

Leave a Reply

Your email address will not be published. Required fields are marked *