Sunday , March 26 2023
Breaking News
Home / ସ୍ୱାସ୍ଥ୍ୟ / କେନ୍ଦ୍ରାପଡା ଜିଲ୍ଲାରେ ଆଜି ୩୦୯କରୋନା ପଜିଟିଭ

କେନ୍ଦ୍ରାପଡା ଜିଲ୍ଲାରେ ଆଜି ୩୦୯କରୋନା ପଜିଟିଭ

କେନ୍ଦ୍ରାପଡ଼ା, ୨୪/୦୫/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ସୋମବାର ୩୦୯ଜଣ କରୋନା ପଜିଟିଭ ବାହାରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥିମଧ୍ୟରୁ   ଆଳି ବ୍ଲକରେ ୨୧ଟି କରୋନା ପଜିଟିଭ କେଶ ବାହାରିଥିବା ବେଳେ ଡେରାବିଶି ବ୍ଲକରେ ୩୫,  ଗରଦପୁର ବ୍ଲକରେ ୧୩, କେନ୍ଦ୍ରାପଡା ବ୍ଲକରେ ୬୩, ମହାକାଳପଡା ବ୍ଲକରେ ୩୫, ମାର୍ଶାଘାଇ ବ୍ଲକରେ ୪୭ , ପଟ୍ଟାମୁଣ୍ଡାଇ ବ୍ଲକରେ ୪୩, ରାଜକନିକା ବ୍ଲକରେ ୧୯, ରାଜନଗର ବ୍ଲକରେ ୧୧ ଏବଂ  କେନ୍ଦ୍ରାପଡା ପୈାରାଳରେ ୧୧ ଜଣ ଓ ଅନ୍ୟ ଜିଲ୍ଲାର ୧୧ଜଣ କରୋନା ପଜିଟିଭ ବାହାରିଥିବା ସୂଚନା ଦିଆଯାଇଛି ।  ଜିଲ୍ଲାରେ ରବିବାର ୨୮୫ କରୋନା ପଜିଟିଭ ବାହାରିଥିବା ବେଳେ ଆଜି ୩୦୯ ଜଣ ପଜିଟିଭ କେଶ ବାହାରିବା ଫଳରେ ଧିରେ ଧିରେ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ  କୋଭିଡ କଟକଣାକୁ ଆହୁରି କଡାକଡି  କରାଯିବାର ଆବଶ୍ୟକତା ରହିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.