Wednesday , October 4 2023
Breaking News
Home / ବିଶେଷ / କଟକ ସଦର ବିଜେଡି ପୁରୁଖା କର୍ମୀ ଙ୍କ ପରଲୋକ

କଟକ ସଦର ବିଜେଡି ପୁରୁଖା କର୍ମୀ ଙ୍କ ପରଲୋକ

ନିଶ୍ଚିନ୍ତକୋଇଲି,୨୪/୦୫/୨୦୨୧(ଓଡିଶା ସମାଚାର /ଅଭୟ ଜେନା ):ଜନାର୍ଦ୍ଦନପୁର ପଂଚାୟତ ଖଣ୍ଡଗିରି ଗ୍ରାମର ବାସିନ୍ଦା ପୁରୁଖା ବିଜେଡି କର୍ମୀ ତଥା ପ୍ରାକ୍ତନ ୱାର୍ଡ ସଭ୍ୟ ଦୋଳଗୋବିନ୍ଦ ପାତ୍ର ଙ୍କ ର ରବିବାର ରାତ୍ରି ରେ୯୦ବର୍ଷ ବୟସରେ  ପରଲୋକ ଘଟିଛି। ସେ ପ୍ରାକ୍ତନ ମନ୍ତ୍ରୀ ସ୍ବର୍ଗତ କାଳିନ୍ଦୀ ବେହେରା ଙ୍କ ଦୃଢ ସମର୍ଥକ ଥିଲେ। ସେ ବାର୍ଦ୍ଧକ୍ୟ ଜନିତ ରୋଗ ରେ ପୀଡିତ ଥିଲେ ତାଙ୍କ ବିୟୋଗ ରେ ଜନାର୍ଦ୍ଦନ ପୁର ଓ କଳମିଶ୍ରି ପଂଚାୟତ ରେ ଶୋକର ଛାୟା ଖେଳିଯାଇଛି।ତାଙ୍କ ବିୟୋଗ ରେ ବରିଷ୍ଠ ସାମ୍ବାଦିକ ଅଭୟ ଜେନା,ନିଶ୍ଚିନ୍ତକୋଇଲି ବ୍ଲକ ବିଜୁଜନତା ଦଳର ଉପସଭାପତି ପ୍ରଦୀପ୍ତ କୁମାର ଷଢଙ୍ଗୀ,କଳମିଶ୍ରିଗ୍ରାମ ପଞ୍ଚାୟତ ଯୁବବିଜେଡି ସଭାପତି ପ୍ରମୋଦ ନାୟକ,ଯୁବନେତା ବିଶ୍ୱଜିତ ପରିଡା ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ଜ୍ୟେଷ୍ଠ ପୁତ୍ର ଅଶୋକ ପାତ୍ର ମୁଖାଗ୍ନି ଦେଇଥିଵା ବେଳେ କନିଷ୍ଠ ପୁତ୍ର ଗଗନ ଶେଷ କୃତ୍ୟ  ସମୟରେ ଉପସ୍ଥିତ ଥିଲେ ଚିତ୍ରୋତ୍ପଳା ନଦୀ ଶଯ୍ୟାରେତାଙ୍କର  ଅନ୍ତିମ ସଂସ୍କାର କରାଯାଇଛି। ଓଡିଶା ସମାଚାର

Leave a Reply

Your email address will not be published. Required fields are marked *