କଟକ , ୨୪/୦୫/୨୦୨୧(ଓଡ଼ିଶା ସମାଚାର)- କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ସଦର ଉପକଣ୍ଠ ୭ ନମ୍ବର ଜୋନ ବୋଧପୁର ପଂଚାୟତର ସ୍ଥାନୀୟ ବଜାର, ମନ୍ଦିର, ପାଠାଗାର, ବଜାର,ଗ୍ରାମ ପରିସର, ଜନଗହଳିପୂର୍ଣ ସ୍ଥାନ, ଘର ଆଦି ବହୁ ସ୍ଥାନରେ କରୋନା ଭୂତାଣୁ ସଂକ୍ରମଣ ରୋକିବାରେ ବିଶୋଧନ କାର୍ଯ୍ୟ କରାଯିବାସହ,ସଚେତନତା ପ୍ରଚାର ପତ୍ର,ନୋଜମାସ୍କ ବଣ୍ଟନ କରାଯାଇଛି । ଏହି ସେଵା କାର୍ଯ୍ୟକ୍ରମକୁ ପରିଷଦ ପକ୍ଷରୁ ଯୁବସମାଜସେବୀ ପ୍ରିତମ ଚୌଧୁରୀ,ଶୁଭକାନ୍ତ ପଣ୍ଡା,ଲକ୍ଷ୍ମୀକାନ୍ତ ତ୍ରିପାଠୀ,ସଞ୍ଜିତ ଦାସ୍,ସନ୍ତୋଷ କୁମାର ପଣ୍ଡା,ରଜନୀକାନ୍ତ ପଣ୍ଡା, ଆଦିତ୍ୟ ନନ୍ଦ,ସତ୍ୟଜିତ ପଣ୍ଡା, ଚନ୍ଦନ ବେହେରା,ରାକେଶ ନାଏକ, ରଶ୍ମୀରଂଜନ ପଣ୍ଡା,ପ୍ରତିକ୍ ଦାସ୍ ପ୍ରମୁଖ ବହୁ ସ୍ୱେଚ୍ଛାସେବୀ ମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ । ଏହି ବିଶୋଧନକାର୍ଯ୍ୟକୁ ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଉଚ୍ଚ ପ୍ରସଂଶା କରିବାସହ ନିରନ୍ତର ସେଵା ଯୋଗାଇ ଦେବାକୁ କାର୍ଯ୍ୟକର୍ତା ମାନଙ୍କୁ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର