Saturday , June 3 2023
Breaking News
Home / ବିଶେଷ / ଆଜି ଅପରାହ୍ନ ୪ଟା ସମୟରେ ରାଜ୍ୟବାସୀଙ୍କୁ ବାତ୍ୟା ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ଅପରାହ୍ନ ୪ଟା ସମୟରେ ରାଜ୍ୟବାସୀଙ୍କୁ ବାତ୍ୟା ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୨୪/୦୫/୨୦୨୧(ଓଡ଼ିଶା ସମାଚାର)- ବଙ୍ଗୋପସାଗରରୁ ମାଡ଼ି ଆସୁଛି ‘ୟସ୍’ । ୨୬ରେ ମାଡ଼ ହେବ ଉତ୍ତର ଓଡ଼ିଶା ଉପକୂଳରେ । ବୁଧବାର ପ୍ରାୟ ଅପରାହ୍ନରେ ଚାନ୍ଦିପୁର ପାଖାପାଖି ଅତି ଭୀଷଣ ବାତ୍ୟା ଭାବେ ସ୍ଥଳଭାଗକୁ ମାଡ଼ିଯିବ । ସେତେବେଳକୁ ପବନ ବେଗ ଘଣ୍ଟା ପ୍ରତି ୧୫୫ କିମିରୁ ୧୬୫ କିମି ଛୁଇଁପାରେ । ପବନ ଝଟ୍କା ୧୮୫ କିମି ହୋଇପାରେ । ସୋମବାର ସକାଳେ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତର ରୂପ ନେଇଥିଲା । ଏବେ ଏହା ବାତ୍ୟାର ରୂପ ନେଇଛି । ଏହା ୨୬ ତାରିଖ ମଧ୍ୟାହ୍ନରେ ଲ୍ୟାଣ୍ଡଫଲ୍ କରିବ ବୋଲି ଅନୁମାନ କରାଯାଉଛି । ସର୍ବାଧିକ ପ୍ରଭାବିତ ହେବ ଓଡ଼ିଶାର ୫ଟି ଜିଲ୍ଲା । ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର । ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଭୀଷଣ ପବନ ମାଡ଼ ହେବ । ରାଜ୍ୟ ସରକାର ବାତ୍ୟା ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଅପରାହ୍ନ ୪ଟା ସମୟରେ ରାଜ୍ୟବାସୀଙ୍କୁ ବାତ୍ୟା ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେବାକୁ ଥିବା ସୂଚନା ମିଳିଛି ।ଓଡ଼ିଶା ସମାଚାର

Leave a Reply

Your email address will not be published.