ଭୁବନେଶ୍ୱର, ୨୩/୫/୨୦୨୧ ( ଓଡ଼ିଶା ସମାଚାର) : ହରି ଓଁ କ୍ଲବର ପ୍ରତିଷ୍ଠାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ବିମଳ ଚନ୍ଦ୍ର ଦାସ(୮୭)ଙ୍କ ପରଲୋକ ଘଟିଛି । ଗୌତମ ନଗରସ୍ଥିତ ବାସ ଭବନରେ ତାଙ୍କ ଦେହ ଅସୁସ୍ଥ ହେବାରୁ ସେ କିଛି ଦିନ ହସ୍ପିଟାଲରେ ଚିକିତ୍ସା ହୋଇଥିଲେ । ଚିକିତ୍ସା ଚାଲୁଥିବା ବେଳେ ତାଙ୍କର ମୃତୁ୍ୟ ହେବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସ୍ଥାନୀୟ ମାଉସି ମା’ ମନ୍ଦିର ନିକଟ ହରିଓଁ କ୍ଲବର ପ୍ରତିଷ୍ଠାତା ସଭାପତି ଭାବେ ବହୁ ସମାଜସେବା କରିଯାଇଛନ୍ତି । ସେ ଦିର୍ଘ ଦିନ ହେଲା କ୍ଲବକୁ ଦିଗଦର୍ଶନ ଦେବା ସହ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ପାଇଁ ଗତ ବର୍ଷ କ୍ଲବ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା । ତାଙ୍କ ନିଧନରେ କ୍ଲବର ସଦସ୍ୟ ଓ ବହୁ ମାନ୍ୟଗଣ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି । ଓଡ଼ିଶା ସମାଚାର
Home / ବିଶେଷ / ହରି ଓଁ କ୍ଲବର ପ୍ରତିଷ୍ଠାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜେବି ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ବିମଳ ଚନ୍ଦ୍ର ଦାସ ଙ୍କ ପରଲୋକ