Wednesday , December 1 2021
Breaking News
Home / ବିଶେଷ / ସମ୍ବାବ୍ୟ ବାତ୍ୟା “ୟସ” କୁ ନେଇ ଲୋକ ଆତଙ୍କିତ

ସମ୍ବାବ୍ୟ ବାତ୍ୟା “ୟସ” କୁ ନେଇ ଲୋକ ଆତଙ୍କିତ

ପାଟକୁରା, ୨୩/୦୫/୨୦୨୧(ଓଡ଼ିଶା ସମାଚାର)- ସମ୍ବାବ୍ୟ ବାତ୍ୟା “ୟସ” କୁ ନେଇ ବିଗତ ୩ ଦିନ ଧରି ବିଭିନ୍ନ ଦୁରଦର୍ଶନ ଓ ଗଣମାଧ୍ୟମରେ ଜରିଆରେ ଯେପରି ଭାବେ ପ୍ରଚାର ପ୍ରସାର କରାଯାଉଛି ଏହାକୁ ନେଇ ଲୋକ ଆତଙ୍କିତ ହୋଇପଡିଛନ୍ତି । ଅପରପକ୍ଷରେ ଗରଦପୁର ବ୍ଲକ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଗାଁ ଗାଁ ବୁଲି ସୁଚନା ପ୍ରଦାନ କରାଯାଇଛି । ଚାଳଛପର ଘର ଓ ଆଜବେଷ୍ଟସ ଘରେ ବାସ କରୁଥିବା ପରିବାର ଗୁଡିକ ନିକଟସ୍ଥ ବାତ୍ୟା ଆସ୍ରୟସ୍ଥଳୀ ଓ ସ୍କୁଲ ଘର ଗୁଡିକୁ ଚାଲିଯିବାପାଇଁ ପ୍ରଶାସନ ତରଫରୁ ଅନୁରୋଧ କରାଯାଉଛି । ୨ ଦିନ ଧରି ସର୍ଟଡାଉନ ଚାଲୁଥିବାରୁ ଦୋକାନ ବଜାର ଗୁଡିକ ବନ୍ଦ ରହିଛି । ଯାହାଫଳରେ ଲୋକମାନେ ସେମାନଙ୍କର ଖାଦ୍ୟସାମଗ୍ରୀ କିଣିବାରୁ ବଂଚିତ ହୋଇଛନ୍ତି । ଆଜି ବାତ୍ୟା “ୟସ” ର ଗତିପଥକୁ ନେଇ ପାଣିପାଗ ବିଭାଗର ସୁଚନା ଅନୁଯାୟୀ ନିକଟସ୍ଥ ପାରାଦ୍ୱୀପରୁ ସାଗରଦୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବାର ସୁଚାନ ପ୍ରଦାନ କରାଯିବା ସହିତ ପ୍ରବଳରୁ ଅତିପ୍ରବଳ ବାତ୍ୟାର ରୁପ ନେଉଥିବାର ସୁଚନା ପାଇଁ ଲୋକମାନେ ୧୯୯୯ ମସିହା ର ମହାବାତ୍ୟା ର ଦୃଷ୍ୟ କୁ ମନେପକାଇ ଆହୁରୀ ଆତଙ୍କିତ ହୋଇପଡିଛନ୍ତି । ଓଡ଼ିଶା ସମାଚାର

About admin

Check Also

କଣ୍ଡୁରୀ ଚରଣଙ୍କ ଏକାଦଶାହରେ ସ୍ମୃତିସଭା

କେନ୍ଦ୍ରାପଡ଼ା, ୩୦/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହର ଉପକଣ୍ଠ ଭରତପୁର ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ପରୋପକାରୀ କଣ୍ଡୁରୀ ଚରଣ ବେହେରାଙ୍କ …

Leave a Reply

Your email address will not be published. Required fields are marked *