କେନ୍ଦ୍ରାପଡ଼ା, ୨୩/୦୫/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଶିଶୁ ମଙ୍ଗଳ ସମିତି ପଟ୍ଟାମୁଣ୍ଡାଇରୁ ଗତ ଗୁରୁବାର ରାତିରେ ଏକ ଅବିବାହିତ ଝିଅର ଦିନକର ଶିଶୁକନ୍ୟାକୁ ଉଦ୍ଧାର କରି ପଲ୍ଲିଶ୍ରୀରେ ଛାଡିଥିବା ବେଳେ ଶନିବାର ଭୋର ୪ଟା ସମୟରେ ତାର ଚିକତ୍ିସା ଅବହେଳାରୁ ମୃତୁ୍ୟ ହୋଇଯାଇଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଭଗବତି ପ୍ରସାଦ ଦାସଙ୍କୁ ପଚରାଯିବାରେ ସେ କହିଥିଲେ ଯେ ଗୁରୁବାର ରାତିରେ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଚନ୍ଦନନଗର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଏକ ୨୯ବର୍ଷର ଅବିବାହିତ ଝିଅର ଜନ୍ମହୋଇଥିବା ଦିନକର ଶିଶୁକନ୍ୟାଟିକୁ ଶିଶୁ ମଙ୍ଗଳ ସମିତିର ସଭ୍ୟମାନେ ଉଦ୍ଧାର କରି ଆଣି ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ କୋରୁଆସ୍ଥିତ ପଲ୍ଲିଶ୍ରୀ ମହିଳା ସମିତି ଦ୍ୱାରା ପରିଚାଳିତ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁର ସା’ରେ ଛାଡିଥିଲେ । ଶୁକ୍ରବାର ସନ୍ଧ୍ୟାରେ ସେହି ଶିଶୁକନ୍ୟାଟି ଅସୁସ୍ଥ ହୋଇପଡିବାରୁ ତାକୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ଶନିବାର ଭୋର ୪ଟାରେ ଚିକିତ୍ସିତ ଅବସ୍ଥାରେ ସେହି ଶିଶୁକନ୍ୟାର କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତୁ୍ୟ ହୋଇଯାଇଛି । କିନ୍ତୁ ଏସମ୍ପର୍କରେ କେନ୍ଦ୍ରାପଡା ଚିକିତ୍ସା ଦାୟୀତ୍ୱରେ ଥିବା କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡା. କିଶୋର ମିଶ୍ରଙ୍କୁ ପଚରାଯିବାରେ ସେ କହିଥିଲେ ଯେ ଶିଶୁ ମଙ୍ଗଳ ସମିତି କିମ୍ବା ପଲ୍ଲିଶ୍ରୀ ପକ୍ଷରୁ ଏଭଳି ଦିନକର ଶିଶୁକନ୍ୟା କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକତ୍ିସାଳୟରେ ଭର୍ତି ହୋଇନାହିଁ କି ସେଭଳି କୈାଣସି ଶିଶୁକନ୍ୟାର ମୃତୁ୍ୟ ହୋଇନାହିଁ । ତେଣୁ ଏଭଳି ଏକ ସଂଗୀନ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ବୋଲି ବୁଦ୍ଧିଜୀବି ମହଲରେ ଦାବି ହୋଇଛି । ଓଡ଼ିଶା ସମାଚାର
Check Also
ବଡ଼ଚଣା ବିଡ଼ିଓଙ୍କ ଚିଠି ପରି ଗରଦପୁର ବିଡ଼ିଓ ଙ୍କ ଚିଠି କେବେ ?
ଗରଦପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ଗତ କରୋନା ମହାମାରୀ ସମୟରେ ଗରଦପୁର ବ୍ଲକ୍ ର ପ୍ରତି ପଂଚାୟତ ସ୍ତରରେ ଅସ୍ଥାୟୀ ସ୍ୱାସ୍ଥ୍ୟ …