କଟକ, ୨୩/୦୫/୨୦୨୧(ଓଡ଼ିଶା ସମାଚାର)- ଗ୍ରାମାଂଚଳରେ କରୋନା ସଂଙ୍କ୍ରମଣ ବଢ଼ୁଛି । ସରକାର ଗତ ୫ ତାରିଖରୁ ୧ମ ଓ ୨ୟ ପର୍ଯ୍ୟାୟରେ ୨ ଥର ମୋଟ୍ ୪ ସପ୍ତାହ ପାଇଁ ଜୁନ୍ ପହିଲା ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଲକ ଡ଼ାଉନ୍ ଓ ପ୍ରତି ଶନାବର ଓ ରବିକାର ସଟ ଡ଼ାଉନ୍ ଘୋଷଣା କରିଛନ୍ତି । ଏତେସବୁ କଟକଣା ସତ୍ୱେ ବି ଗ୍ରାମାଂଚଳରେ କରୋନା ସଂଙ୍କ୍ରମଣ ଓ ମୃତ୍ୟୁ ସଂଖ୍ୟା କମିବା ନାଁ ଧରୁନାହିଁ । ଏହା କେବଳ ସ୍ଥାନୀୟ ଅଂଚଳର ଲୋକମାନଙ୍କ ହେୟ ଜ୍ଞାନ ଯୋଗୁ । ମାସ ନପିନ୍ଧି ଓଠ ତଳେ ରଖି ଷେଣ୍ଢ ଭଳି ବୁଲିବା, ପୋଲିସ୍ ଦେଖିଲେ ଉପରକୁ ଟେକିଦେବା ପ୍ରାୟ ଦେଖାଯାଏ । ସରକାର ହାଟ ବନ୍ଦ କଲେ । ପରିବା ଚାଷୀମାନେ ନିଜ ଘର ପାଖରେ ପରିବା ବିକିବେ କିମ୍ବା ସାଇକେଲରେ ଧରି ଗାଁ ଗାଁ ବୁଲିବିକ୍ରି କରିବେ । ଆଳୁ , ପିଆଜ ଭଳି ବଡ଼ ଦୋକାନୀମାନେ ଛକ ଜାଗା ଦେଖି ସଟ ଡ଼ାଉନ ଦିନକୁ ଛାଡ଼ି ଅନ୍ୟ ସବୁ ଦିନ ରାସ୍ତା କଡ଼ରେ ଜଣ ଜଣ କିଆ ବିକ୍ରି କରିପାରିବେ । ଲୋକମାନେ ଗାଡ଼ି ମଟର ନଚଢ଼ି ଚାଲି ଚାଲି ଘର ଠାରୁ ୫୦୦ ମିଟର ମଧ୍ୟରେ ଯାଇ ପରିବା ପତ୍ର କିଣିପାରିବେ ହେଲେ ତାକୁ ମାନୁଛି କିଏ । ସକାଳ ପାହିଲେ କିଣିଲା ବାଲା ଓ ବିକିଲା ବାଲା ଗାଡ଼ି ଧରି ହାଟରେ ହାଜର ହେଉଛନ୍ତି । ଅର୍ଥାତ ହାଟ ର ଏବେ ନୂଆ ଠିକଣା ରାସ୍ତା ଉପରେ । ରାସ୍ତା ଉପରେ ଯେଉଁ ହାଟ ବସୁଛି ସେଠାରେ ଅଧିକାଂଶ ଲୋକ ମାସ୍କ ପିନ୍ଧୁନାହାନ୍ତି । ସମ ଦୂରତା ରଖୁନାହାନ୍ତି । ଲକ ଡ଼ାଉନ ସମୟରେ ସମସ୍ତେ ଘରେ ରହିବା ବଦଳରେ ଦେକାନୀ ମାନେ ଦେକାନ ବାହାରେ ଟଙ୍ଗ ଟଙ୍ଗ ହେଉଛନ୍ତି, ଯିଏ ଯାହା ଖୋଜିଲେ ସଟର ଖୋଲି ଜିନିଷ ଦେଉଛନ୍ତି । ଏସବୁ ଦେଖିଲେ ଜଣାପଡ଼ୁଛି ସତେ ଯେମିତି ଲକ ଡ଼ାଉନ୍ କୁ କାହାରି ଖାତିର ନାହିଁ । ଦୁଇଜଣ ହୋମ ଗାର୍ଡ଼ ବଜାରରେ ଟଙ୍ଗ ଟଙ୍ଗ ହେଉଛନ୍ତି । ତାହା କେଉଁ କାମକୁ ନୁହେଁ । ଏଭଳି ସ୍ଥିତିରେ କଟକ ଜିଲା ଅଧିନସ୍ଥ କିଶନନଗର ଥାନା / ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ମହମ୍ମଦପୁର ମୁସଲମାନ ବସ୍ତିର ଦୁଇ ଜଣ ମହିଳାଙ୍କର ଗତ ସପ୍ତାହରେ କରୋନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୨ / ୩ ଦିନ ଅନ୍ତରରେ ଦୁଇ ମହିଳାଙ୍କର ମୃତ୍ୟୁ ହୋଇଥିବା କଥା ସ୍ଥାନୀୟ ସରପଂଚ ଓ ଲୋକେ ସ୍ୱିକାର କରିଛନ୍ତି । ଲୋକମାନେ ଭୟଭିତ ଅବସ୍ଥାରେ ଅଛନ୍ତି । ଏଭଳି ସ୍ଥିତିରେ ସେହି ବସ୍ତି ସମେତ ବିଲହାଟ ବଜାରକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯିବା ଓ ସମ୍ପୃକ୍ତ ବସ୍ତିର ଘରକୁ ଘର କାହାର କୋଭିଡ଼ ଲକ୍ଷଣ ଅଛି, ତାହାର ସର୍ଭେ
କରାଯାଇ ସେମାନଙ୍କର ନମୂନା ପରୀକ୍ଷା କରାଯିବା ନିହାତି ଆବଶ୍ୟକ । ନହେଲେ ସଂଙ୍କ୍ରମଣ ବଢ଼ିଗଲେ ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି । ସରପଂଚ ମାନଙ୍କୁ ଜିଲାପାଳ କ୍ଷମତା ଦିଆଯାଇଛି । କୋଭିଡ଼ ପରିଚାଳନା ପାଇଁ ଯାହା ଆବଶ୍ୟକ ମନେକରିବେ ସରପଂଚମାନେ ଜିଲାପାଳ କ୍ଷମତା ପ୍ରୟୋଗ କରି ନିର୍ଦ୍ଧେଶ ଦେଇପାରିବେ । ଏ ସମ୍ପର୍କରେ ଆମେ ଗତ ୨୧ ତାରିଖରେ “ଅବିଳମ୍ବେ ମହମ୍ମଦପୁର ଅଂଚଳକୁ ସମ୍ପୂର୍ଣ୍ଣ ସାନିଟାଇଜ ଓ ସମସ୍ତଙ୍କ ନମୂନା ପରୀକ୍ଷା କରାଯାଉ” ଶୀର୍ଷକ ଏକ ଖବର ପ୍ରକାଶ କରିଥିଲୁ । ତେବେ ଆମ ଖବର ପ୍ରକାଶ ପରେ ସ୍ଥାନୀୟ ମହମ୍ମଦପୁର ସରପଂଚ ସରୋଜ କୁମାର ବେହେରା ଏହି ଖବରକୁ ଗୁରୁତ୍ୱ ଦେଇ ମହମ୍ମଦପୁର ଓ ବିଲହାଟ ବଜାର କୁ ସାନିଟାଇଜ ବ୍ୟବସ୍ଥା କରିଛନ୍ତି । ସରପଂଚ ଙ୍କ ନିର୍ଦ୍ଧେଶରେ ଓଡ଼ିଶା ଅଗ୍ନୀଶମ ବିଭାଗ ପକ୍ଷରୁ ସାନିଟାଇଜ କରାଯାଇଛି । ସାନିଟାଇଜ କରାଯାଇଥିବା ଖବର ଜଣାପଡ଼ିବା ପରେ ଲୋକେ ଟିକ୍ୟେ ଆଶ୍ୱସ୍ତି ହୋଇଛନ୍ତି । ସରପଂଚ ଶ୍ରୀ ବେହେରାଙ୍କୁ ଓଡ଼ିଶା ସମାଚାର ପକ୍ଷରୁ ତାଙ୍କର ପଦକ୍ଷେପ ପାଇଁ ଜନସାଧାରଣଙ୍କ ପକ୍ଷରୁ ସାଧୁବାଦ ଦିଆଯାଉଛି । ଓଡ଼ିଶା ସମାଚାର