Tuesday , March 28 2023
Breaking News
Home / ବିଶେଷ / ବିବାହ ଭୋଜିରେ ପୋଲିସ ଚଢ଼ାଉ ଓ ୫ ହଜାର ଟଙ୍କା ଜୋରିମାନା

ବିବାହ ଭୋଜିରେ ପୋଲିସ ଚଢ଼ାଉ ଓ ୫ ହଜାର ଟଙ୍କା ଜୋରିମାନା

ଗରଦପୁର, ୨୩/୦୫/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତ ମିର ମହଲା ମୁସଲିମ ବସ୍ତିରେ ଅନୁଷ୍ଠିତ ହେଉଥିବା ଏକ ବିବାହ ଓ ଭୋଜି କାର୍ଯ୍ୟକ୍ରମରେ କୋଭିଡ଼ ନୀୟମ ଉଲଂଘନ ହୋଇଥିବାରୁ ପୋଲିସ ଚଢ଼ଉ କରି ଭୋଜି ବନ୍ଦ କରିବା ସହିତ ୫ ହଜାର ଟଙ୍କା ଜୋରିମାନା କରିଛି । ମିଳିଥିବା ସୂଚନା ରୁ ପ୍ରକାଶ ଯେ ମିର ମହଲା ବସ୍ତିର ମିର ସରାଫତ ଅଲୀ ଙ୍କ ସାନ ଝିଅ ସବୋ ର ସେହି ବସ୍ତିର ଅଲିଉଦ୍ଧିନ୍ ଙ୍କ ନାତି ବବୁଲୁ ସହିତ ଆଜି ବିବାହ ସମ୍ପନ୍ନ ହେବା ସହିତ ଭୋଜି ଅନୁଷ୍ଠିତ ହେଉଥିଲା । ମିର ସରାଫତ ଅଲୀ ଙ୍କ ଘରେ ବାହାଘର ଓ ଭୋଜି ହେଉଥିଲା । ଏହି ବିବାହ କାର୍ଯ୍ୟକ୍ରମରେ ଜନଗହଳି ହୋଇଥିଲା । କୋଭିଡ଼ ନୀୟମକୁ ଅମାନ୍ୟ କରାଯାଇ ଭୋଜିଭାତ ଖିଆପିଆ ମଉଜ ମଜଲିସ ଚାଲିଥିଲା । ଏ ସମ୍ପର୍କରେ ଖବର ପାଇ ପାଟକୁରା ପୋଲିସ ସବଇନିସପେକ୍ଟର ଜ୍ୟୋତିରଂଜନ ମହାନ୍ତି ସଦଳବଳେ ପହଂଚି କାର୍ଯ୍ୟକ୍ରମରେ କୋଭିଡ଼ ନୀୟମ ସ୍ପଷ୍ଟ ଉଲଂଘନ ହୋଇଥିବା ଦେଖିବାକୁ ପାଇଥିଲେ । ବର ପକ୍ଷ ଓ କନ୍ୟା ପକ୍ଷଙ୍କୁ ତାଗିଦ କରିବା ସହିତ ତୁରନ୍ତ ଭୋଜିଭାତ ବନ୍ଦ କରିବାକୁ ନିର୍ଦ୍ଧେଶ ଦେଇଥିଲେ । ଏଥି ସହିତ କାର୍ଯ୍ୟକ୍ରମରେ କରୋନା ନୀୟମ ଉଲଂଘନ କରାଯାଇଥିବାରୁ ସରାଫତ ଙ୍କ ଉପରେ ୫ ହଜାର ଟଙ୍କା ଜୋରିମାନା ଶୁଣାଇଥିଲେ । ୫ ହଜାର ଟଙ୍କା ଜୋରିମାନା ଆହାୟ ହୋଇଛି ।
ପରେ ପରେ ସେହି ପଂଚାୟତର ଆଳିଜଙ୍ଗା ଗ୍ରାମ ପ୍ରଫୁଲ ଜେନା ଙ୍କ ପୁଅ ବାହାଘର ରିସେପସନ୍ ହେଉଥିବା ଖବର ପାଇ ପୋଲିସ ସେଠାରେ ପହଂଚିଥିଲା । ହେଲେ ସେଠାରେ ସମ୍ପୂର୍ଣ୍ଣ କୋଭିଡ଼ ନୀୟମ ପାଳନ କରାଯାଉଥିବା ପୋଲିସ ଦେଖି ବୁଲା ବୁଲି କରି ଫେରିଯାଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.