Tuesday , March 28 2023
Breaking News
Home / ବିଶେଷ / ବାତ୍ୟା ସହଯୋଗ ପାଇଁ କେନ୍ଦ୍ର ପ୍ରସ୍ତୁତ

ବାତ୍ୟା ସହଯୋଗ ପାଇଁ କେନ୍ଦ୍ର ପ୍ରସ୍ତୁତ

ଭୁବନେଶ୍ୱର,୨୩/୦୫/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟା ‘ୟସ’କୁ ନେଇ ପ୍ରାକ ପ୍ରସ୍ତୁତି ଏବଂ ତାହାର ମୁକାବିଲା ପାଇଁ ହୋଇଥିବା ପ୍ରସ୍ତୁତି ଉପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ଭାରତୀୟ ପାଣିପାଗ ନିର୍ଦ୍ଧେଶକ (ଆଇଏମଡି) ନିର୍ଦ୍ଧେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏବଂ ଏନଡିଆରଏଫ ଡିଜି ସତ୍ୟ ନାରାୟଣ ପ୍ରଧାନଙ୍କ ସହ ଭିଡ଼ିଓ କନଫରେନ୍ସିଂ ଜରିଆରେ ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ସମ୍ଭାବ୍ୟ ବାତ୍ୟାର ସ୍ଥିତି ଏବଂ ଅବସ୍ଥିତି ନେଇ ବିସ୍ତୃତ ଭାବରେ କଥା ହେବା ସହ ଏନଡିଆରଏଫ ଦ୍ୱାରା ହୋଇଥିବା ପ୍ରସ୍ତୁତି ଉପରେ ମଧ୍ୟ ଆଲୋଚନା ହୋଇଛି । ଏନଡିଆରଏଫ ଓଡ଼ିଶାକୁ ସମସ୍ତ ପ୍ରକାର ସହଯୋଗ ତଥା ବିପର୍ଯ୍ୟୟ ସୁରକ୍ଷା ବଳ ନିୟୋଜିତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ଡିଜି ଏସଏନ ପ୍ରଧାନ ଅବଗତ କରାଇଥିଲେ । ସମ୍ଭାବ୍ୟ ବାତ୍ୟା ନେଇ ଭାରତ ସରକାର ସମ୍ପୂୂର୍ଣ୍ଣ ସହଯୋଗ କରିବା ପାଇଁ ପ୍ରସ୍ତୁତ । ଏ ନେଇ ମୁଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା କରିବି । ଭାରତ ସରକାର ଏବଂ ରାଜ୍ୟ ସରକାର ସମନ୍ୱୟରେ ଏହି ବାତ୍ୟାର ମୁକାବିଲା କରିପାରିବା । ଲୋକମାନେ ଭୟଭୀତ ନ ହୋଇ ସଜାଗ ରହିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.