Sunday , March 26 2023
Breaking News
Home / ବିଶେଷ / ବାତ୍ୟା ଆଶ୍ରୟସ୍ଥଳିଗୁଡିକୁ ବ୍ଲକ ପ୍ରଶାସନଙ୍କ ପକ୍ଷରୁ ଅନୁଧ୍ୟାନ

ବାତ୍ୟା ଆଶ୍ରୟସ୍ଥଳିଗୁଡିକୁ ବ୍ଲକ ପ୍ରଶାସନଙ୍କ ପକ୍ଷରୁ ଅନୁଧ୍ୟାନ

ଗରଦପୁର, ୨୩/୦୫/୨୦୨୧(ଓଡ଼ିଶା ସମାଚାର)-ବେଙ୍ଗାପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା “ୟାସ”କ୍ରମେ କ୍ରମେ ଘନିଭୁତ ହୋଇ ଅବପାତର ରୂପ ନେଉଛି । ଏଥି ପାଇଁ ସାଧାରଣ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିବାବେଳେ,ବାତ୍ୟାକୁ ମୁକାବିଲା କରିବା ପାଇଁ ଗରଦପୁର ବ୍ଲକ ପ୍ରଶାସନଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି । ଗରଦପୁର ବ୍ଲକ ଅଂଚଳରେ ବେଡାରୀ,ନଇନ୍ଦିପୁର,ଧାନମଣ୍ଡଳ ଓ କୋରୁଆ ଠାରେ ୪ଗୋଟି ବାତ୍ୟା ଆଶ୍ରୟସ୍ଥଳି ରହିଛି । ବାତ୍ୟା ଆଶ୍ରୟସ୍ଥଳୀଗୁଡିକରେ ବାତ୍ୟା ବିପନ ମାନଙ୍କ ସୁବିଧା ପାଇଁ ଜେନେରେଟର ବ୍ୟବସ୍ଥା , ପାନୀୟ ଜଳ ସୁବିଧା,ବିପନ୍ନମାନଙ୍କ ରହଣି ପାଇଁ ପ୍ରକୋଷ୍ଟର ସୁବିଧା,ବାତ୍ୟା ଆଶ୍ରୟସ୍ଥଳି ଗୃହ ପରିସର ପରିଷ୍କାର ଓ ପରିଛନତା ସମ୍ପର୍କରେ ଗରଦପୁର ବିଡିଓ ରଞ୍ଜିତ୍ କୁମାର ମଲ୍ଲିକ୍ ଆଜି ସମ୍ପୃକ୍ତ ବାତ୍ୟା ଆଶ୍ରୟସ୍ଥଳୀଗୁଡିକୁ ଅନୁଧ୍ୟାନ କରିଛନ୍ତି । ଯେଉଁ ବାତ୍ୟା ଆଶ୍ରୟସ୍ଥଳିରେ ଜେନେରେଟର ସୁବିଧା ନାହିଁ ,ସେଠାରେ ତୁରନ୍ତ ଜେନେରେଟର ସୁବିଧା କରାଇବା ,ବାତ୍ୟା ସମୟରେ ବିପନ୍ନମାନେ ରହିଥିବା ସମୟରେ ଯଦି କୌଣସି ବିପନ୍ନଙ୍କର କରୋନା ପଜିଟିଭ୍ ଲକ୍ଷଣ ପ୍ରକାଶ ପାଏ,ତେବେ ସେମାନଙ୍କ ପାଇଁ ଆଶ୍ରୟସ୍ଥଳୀରେ ସ୍ୱତନ୍ତ୍ର ପ୍ରକୋଷ୍ଟ କରାଇବା,ଆଶ୍ରୟସ୍ଥଳୀରେ ସାନିଟାଇଜର ଓ ମାସ୍କ ମହଜୁଦ ରଖିବା,ଆଶ୍ରୟସ୍ଥଳୀକୁ ସହଜରେ ଯାତାୟତ କରିବା ପାଇଁ ରାସ୍ତା ଆଦି ସମ୍ପର୍କରେ ବିଡିଓ ଶ୍ରୀ ମଲ୍ଲିକ ଅନୁଧ୍ୟାନ କରିଥିଲେ । ବାତ୍ୟା ସମ୍ପର୍କରେ ଲୋକମାନଙ୍କ ସମସ୍ୟା ବୁଝିବା ପାଇଁ ବ୍ଲକ କାର୍ଯ୍ୟାଳୟରେ ୨୧ ତାରିଖ ଠାରୁ କଂଟ୍ରୋଲ ରୁମ୍ ଖୋଲା ଯାଇଛି । ବାତ୍ୟା ପରବର୍ତି ସମୟରେ ରାସ୍ତାରେ ଭାଙ୍ଗି ପଡିଥିବା ଓ ଉପୁଡ଼ି ପଡିଥିବା ଗଛକୁ କାଟି ରାସ୍ତା ସଫା କରିବା ପାଇଁ କଟର ମେସିନ୍ ମହଜୁଦ୍ ରଖାଯିବା ସମ୍ପକରେ ମଧ୍ୟ ବିଡିଓ ଶ୍ରୀ ମଲ୍ଲିକ ଅନୁଧ୍ୟାନ କରିଛନ୍ତି । ବାତ୍ୟା ଆସିବା ସମ୍ପର୍କରେ ସତର୍କତା ଓ ଆଗୁଆ ସୂଚନା ପାଇଁ ବ୍ଳକ୍ ପ୍ରଶାସନଙ୍କ ପକ୍ଷରୁ ୩ ଦିନ ହେଲା ମାଇକ୍ ଯୋଗେ ପ୍ରଚାର କରାଯାଉଛି । ସେହିପରି ଗଣ ମାଧ୍ୟମରେ ବାତ୍ୟାର ଗତିବିଧି ସମ୍ପର୍କରେ ଖବର ପ୍ରସାରଣ ହେଉଥିବାରୁ ଲୋକମାନେ ବାତ୍ୟା ଆଶଙ୍କାରେ ଆତଙ୍କିତ ହୋଇପଡିଛନ୍ତି । ବାତ୍ୟା ଭୟରେ ଲୋକମାନେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ର କିଣିବା ପାଇଁ ତପôରତା ପ୍ରକାଶ କରିଛନ୍ତି । ଦିନ ମଜୁରିଆମାନେ ଚଳିବେ କିପରି ଓ ଖାଇବେ କ’ଣ ଏହି ଚିନ୍ତାରେ ସେମାନଙ୍କର ଦିନ ହଜିଯାଇଛି । ଅଂଚଳରେ ରହିଥିବା ଚାଳ ଛପର ଘର ବାତ୍ୟା ପବନରେ ଉଡାଇ ନେବା ଆଶଙ୍କା ରହିଥିବାରୁ ଏବେ ଠାରେ ଲୋକମାନେ ଚିନ୍ତା କରି ଘର ଉପରେ ପାଲ ବାନ୍ଧୁ ଥିବାର ଦେଖାଯାଇଛି । କେତେକ ଲୋକମାନେ ପକ୍କା ଘରେ ଖୋଲା ରହିଥିବା ସିଡି ଘର ଓ ଖୋଲା ଝରକା ଥିବା ସ୍ଥାନଗୁଡିକୁ ବର୍ଷା ପାଣି ଓ ବାତ୍ୟା ପବନ ପଶିଯିବାର ଆଶଙ୍କା କରି ଆକଟ କରୁଥିବାର ଦେଖାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.