Tuesday , December 7 2021
Home / ବିଶେଷ / ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ ଅସୁସ୍ଥ : ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ ଅସୁସ୍ଥ : ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

 କନ୍ଧମାଳ,୨୩/୦୫/୨୦୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାର ପଦ୍ମଶ୍ରୀ ଉପାଧି ପାଇଥିବା ପୂର୍ଣ୍ଣମାସୀ ଜାନୀ ଆଜି ହଠାତ ଅସୁସ୍ଥ ହୋଇପଡିଛନ୍ତି ! ତାଙ୍କୁ ସଙ୍ଗେ ସଙ୍ଗେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମହିଳା ଭେଷଜ ୱାର୍ଡ଼ରେ ଭର୍ତ୍ତି କରାଯାଇଛି । ବୟସାଧିକ କାରଣରୁ ତାଙ୍କ ଦେହ ହଠାତ    ଅସୁସ୍ଥ ହୋଇପଡ଼ିଥିଲା l ବର୍ତ୍ତମାନ ସେ ଫୁଲବାଣୀ ସ୍ଥିତ ସଦର ମହକୁମା ଡାକ୍ତରଖାନାରେ ଡାକ୍ତର ମାନେ ତାଙ୍କର ଚିକିତ୍ସା ଜାରି ରଖିଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ନେଇ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଅଜିତ ଦଳେଇ ପ୍ରକାଶ କରିଛନ୍ତି । ପୂର୍ଣ୍ଣବାସୀ ଜାନୀ ଓରଫ ତାଡିସରୁ ବାବାଙ୍କୁ ଏଇ  ନିକଟରେ ପଦ୍ମଶ୍ରୀ ଉପାଧି ପ୍ରଦାନ କରାଯାଇଥିଲା । ଓଡିଶା ସମାଚାର

About admin

Check Also

ଶିକ୍ଷାବିତ ପୁରୁଷୋତମ ସ୍ୱାଇଁ ଙ୍କ ପରଲୋକ

ରଘୁନାଥପୁର, ୦୭/୧୨/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ କୁର୍ତାଙ୍ଗ ଗ୍ରାମର ସୁନାମଧନ୍ୟ ଶିକ୍ଷକ ପୁରୁଷୋତମ ସ୍ୱାଇଁ ଙ୍କ ୬୭ …

Leave a Reply

Your email address will not be published. Required fields are marked *