ଜଗତସିଂହପୁର,୨୩/୦୫/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଗଡ଼ ଶିଳ୍ପାଞ୍ଚଳରେ ଥିବା ଏକ ଚୁଙ୍ଗୁଡ଼ି ପ୍ରକ୍ରିୟାକରଣ କାରଖାନାରେ ବିଷାକ୍ତ ଆମୋନିଆ ଗ୍ୟାସ ନିର୍ଗତ ହୋଇ ୩ ଜଣ (ମହିଳା) ଅସୁସ୍ଥ ହୋଇଥିବା ବେଳେ ତାଙ୍କୁ କଟକ ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି । ଅସୁସ୍ଥ ମାନଙ୍କ ନାମ ହରପ୍ରିୟା ନାୟକ,
ନନ୍ଦିନୀ ବେହେରା ଓ କଣ୍ଢେଇ ବେହେରା । ତେବେ ଗ୍ୟାସ ଲିକ୍ ବନ୍ଦ କରାଯିବା ପରେ କାରଖାନାକୁ ସିଲ କରାଯାଇଥିବା ଆଇଆଇସି ପ୍ରଭାସ ଚନ୍ଦ୍ର ସାହୁ ଙ୍କ ଠାରୁ ସୂଚନା ମିଳିଛି । ଓଡ଼ିଶା ସମାଚାର