ନିରାକାରପୁର, ୨୩/୦୫/୨୦୨୧(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ନୂଆଗଡ଼ ପଂଚାୟତ ବୃନ୍ଦାବନପୁର ଖୋଲଗାଁ ଅଂଚଳରେ ଗତକାଲି ବିଳମ୍ବିତ ରାତିରେ ଏକ ଗାଢ ଭାଲୁ ଆକ୍ରମଣରେ ଜଣେ ଗୋ ପାଳକ ଆହତ ହୋଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ କି ଗତକାଲି ରାତି ୧୨ଟାରେ ବୃନ୍ଦାବନପୁର (ଖୋଲଗାଁ) କଣ୍ଡୁରୀ ବେହେରା (୭୫)ପିତା – ଅରକ୍ଷୀତ ବେହେରା ଶୁଣିବାକୁ ପାଇଲେ ଯେ ତାଙ୍କ ଗୋରୁ ଗୁହାଳରେ ଗୋରୁ ଶଦ୍ଧ କରିଲେ । ସେ ଯାଇ ଦେଖିବା ବେଳକୁ ଏକ ଗାଢ ଭାଲୁ ଗୋରୁ ଗୁହାଳରେ ପଶିଛି । ସେଙ୍ଗ ସେଙ୍ଗ ଗାଢ ଭାଲୁଟି କଣ୍ଡୁରୀଙ୍କ ଗୋଡ଼କୁ କାମୁଡ଼ି ଦେଇଥିଲା । ଫଳରେ ଦୁଇ ଗୋଡ଼ରେ ଆଘାତ ଲାଗିଥିଲା । ଖବର ପାଇଁ ଘର ଲୋକ ଆସିବାରୁ ସେ ଜଙ୍ଗଲକୁ ପଳାଇଥିଲା । ଓଡ଼ିଶା ସମାଚାର