ପାରାଦୀପ ୨୩/୦୫/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ଲକ୍ ଥାନା ଅନ୍ତର୍ଗତ ପାରାଦୀପଗଡ ଇଣ୍ଡଷ୍ଟି୍ରଆଲ୍ ଇଷ୍ଟେଟ୍ରେ ଥିବା ଏକ ଚୁଙ୍ଗୁଡି ପ୍ରସେସିଙ୍ଗ୍ ପ୍ଲାନ୍ଟରେ ଆମୋନିଆ ଗ୍ୟାସ ଲିକ୍ ହେବାରୁ ସ୍ଥାନୀୟ ଅଂଚଳରେ ୧୫ରୁ ଉଦ୍ଧ୍ୱର୍ ଲୋକ କ୍ଷତିଗ୍ରସ୍ତ ହୋଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ଯେ, ପାରାଦୀପଗଡରେ ଥିବା ଲକ୍ଷ୍ମୀ ନାରାୟଣ ଚୁଙ୍ଗୁଡି ପ୍ରସେସିଙ୍ଗ୍ ପ୍ଲାନ୍ଟରେ ରବିବାର ପୂର୍ବାହ୍ନରେ କୌଣସି କାରଣରୁ ଆମୋନିଆ ଗ୍ୟାସ ଲିକ୍ ହୋଇଥିଲା । ପ୍ଲାନ୍ଟ ନିକଟରେ ଥିବା ଲୋକମାନେ ନିଶ୍ୱାସରେ ଆମୋନିଆ ଗ୍ୟାସ ଅନୁଭବ କରିଥିଲେ । ଫଳରେ ସ୍ଥାନୀୟ ଅଂଚଳର ପ୍ରାୟ ୧୫ରୁ ଉଦ୍ଧ୍ୱର୍ ଲୋକ ଚେତାଶୂନ୍ୟ ହୋଇ ଯାଇଥିଲେ ।
ସେମାନଙ୍କ ମଧ୍ୟରୁ ହରପି୍ରୟା ନାୟକ, ନଳିନୀ ବେହେରା ଓ କଣ୍ଡେଇ ନାମ୍ନୀ ମହିଳା ଗୁରୁତର ହେବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତରିତ କରାଯାଇଛି । ପିପିଏଲ ଓ ଇଫକୋ ସାରକାରଖାନାରୁ କର୍ମଚାରୀମାନେ ଆସି ଗ୍ୟାସ୍ ଲିକ୍କୁ ବନ୍ଦ କରିଥିଲେ । ଗ୍ୟାସ ଲିକ୍ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଛନ୍ତି ଫ୍ୟାକ୍ଟି୍ର ଆଣ୍ଡ ବୟଲର ବିଭାଗର ଉପ ନିର୍ଦ୍ଧେଶକ ଚନ୍ଦ୍ରକାନ୍ତ ଦଳେଇ । ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଦେଖାଯାଇଛି । ଓଡ଼ିଶା ସମାଚାର