ଭୁବନେଶ୍ୱର,୨୩/୦୫/୨୦୨୧(ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୨,୮୫୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭,୧୯୫ ଜଣ ସଙ୍ଗରୋଧ କେନ୍ଦ୍ର ରେ ରହିଥିବା ବେଳେ ୫,୬୫୭ ଜଣ ସ୍ଥାନୀୟ ବାସିନ୍ଦା । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୮୭୪ଜଣ, ବାଲେଶ୍ୱର ଜିଲ୍ଲାରୁ ୫୦୮ଜଣ, ବରଗଡ଼ ଜିଲ୍ଲାରୁ ୪୬୧ଜଣ, ଭଦ୍ରକ ଜିଲ୍ଲାରୁ ୧୫୧ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୭୪ଜଣ, ବୌଦ୍ଧ ଜିଲ୍ଲାରୁ ୩୪୭ଜଣ, କଟକ ଜିଲ୍ଲାରୁ ୧୦୭୩ଜଣ, ଦେଓଗଡ଼ ଜିଲ୍ଲାରୁ ୧୦୫ଜଣ, ଢେଙ୍କାନାଳ ଜିଲ୍ଲାରୁ ୪୮୨ଜଣ, ଗଜପତି ଜିଲ୍ଲାରୁ ୭୭ଜଣ, ଗଞ୍ଜାମ ଜିଲ୍ଲାରୁ ୩୪୦ଜଣ, ଜଗତସିଂହପୁର ଜିଲ୍ଲାରୁ ୩୦୦ଜଣ, ଯାଜପୁର ଜିଲ୍ଲାରୁ ୩୩୭ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୩୯ଜଣ, କଳାହାଣ୍ଡି ଜିଲ୍ଲାରୁ ୬୬୮ଜଣ, କନ୍ଧମାଳ ଜିଲ୍ଲାରୁ ୧୦୪ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୮୫ଜଣ, କେନ୍ଦୁଝର ଜିଲ୍ଲାରୁ ୧୮୦ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୯୦୯ଜଣ, କୋରାପୁଟ ଜିଲ୍ଲାରୁ ୨୭୨ଜଣ, ମାଲକାନଗିରି ଜିଲ୍ଲାରୁ ୧୧୪ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୫୮୬ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୪୪ଜଣ, ନୟାଗଡ଼ ଜିଲ୍ଲାରୁ ୩୩୧ଜଣ, ନୂଆପଡ଼ା ଜିଲ୍ଲାରୁ ୭୦ଜଣ, ପୁରୀ ଜିଲ୍ଲାରୁ ୪୭୨ଜଣ, ରାୟଗଡ଼ା ଜିଲ୍ଲାରୁ ୧୯୮ଜଣ, ସମ୍ବଲପୁର ଜିଲ୍ଲାରୁ ୩୫୫ଜଣ, ସୋନପୁର ଜିଲ୍ଲାରୁ ୫୫ଜଣ, ସୁନ୍ଦରଗଗଡ଼ ଜିଲ୍ଲାରୁ ୮୪୮ଜଣ , ଷ୍ଟେଟ୍ ପୁଲ୍ରୁ ୩୩୩ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୯୨୩୮୨ କୁ ବୃଦ୍ଧି ପାଇଛି।
ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୨୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୫ଜଣ, କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାରୁ ୪ଜଣ ଲେଖାଏଁ ରହିଛନ୍ତି । ଅନୁଗୁଳ , କେନ୍ଦ୍ରାପଡ଼ା ଜିଲ୍ଲାରୁ ୩ଜଣ ଲେଖାଏଁ ରହିଥିବା ବେଳେ ନବରଙ୍ଗପୁର , ପୁରୀ , ରାୟଗଡ଼ା ଜିଲ୍ଲାରୁ ୨ଜଣ ଲେଖାଏଁ ରହିଛନ୍ତି । ସେହିପରି ଗଜପତି, ଗଞ୍ଜାମ, ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୪୮୪କୁ ବୃଦ୍ଧି ପାଇଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬,୯୨,୩୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୭୭୯୮୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନା ମୃତ୍ୟୁ ସଂଖ୍ୟା ୨୪୮୪ରେ ପହଞ୍ଚିଥିବା ବେଳେ କରୋନା ସଂଙ୍କ୍ରମିତ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ସଂଖ୍ୟା ୫୩ରେ ରହିଛି । ଆଉ ୧,୧୧,୮୬୨ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି । ଗତକାଲି ସୁଦ୍ଧା ରାଜ୍ୟରେ ୧୧୩୦୮୫୬୪ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର