Saturday , June 3 2023
Breaking News
Home / ବିଶେଷ / ହେଲପିଂ ହ୍ୟାଣ୍ଡ ସଂଗଠନ ପକ୍ଷରୁ ଭିନ୍ନକ୍ଷମ,ଅସହାୟମାନଙ୍କୁ ଶୁଖିଲା ଖାଦ୍ୟ ବଂଟନ

ହେଲପିଂ ହ୍ୟାଣ୍ଡ ସଂଗଠନ ପକ୍ଷରୁ ଭିନ୍ନକ୍ଷମ,ଅସହାୟମାନଙ୍କୁ ଶୁଖିଲା ଖାଦ୍ୟ ବଂଟନ

କେନ୍ଦ୍ରାପଡ଼ା,୨୨/୦୫/୨୦୨୧(ଓଡ଼ିଶା ସମାଚାର)-ନିଜର ପକେଟ ଖର୍ଚ୍ଚ ଅର୍ଥରୁ ସଂଚୟ କରି ରଖିଥିବା କେତେକ କଲେଜ ପଢୁଆ ଛାତ୍ରମାନେ ହେଲପିଂ ହ୍ୟାଣ୍ଡ ସଂଗଠନ ମାଧ୍ୟମରେ ଦୁହୁରିଆ ଛକ ଠାରୁ ଆରମ୍ଭ କରି ଇଛାପୁରସ୍ଥିତ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପର୍ଯ୍ୟନ୍ତ ବୁଲି ବିଭିନ୍ନ ସ୍ଥାନରେ କରୋନା ସଟଡାଉନ ସମୟରେ ଭୋକିଲା ଥିବା ଭିନ୍ନକ୍ଷମ, ଦୁସ୍ଥ, ଅସହାୟ, ମାନସିକ ଅନଗ୍ରସର ଓ କିନ୍ନରମାନଙ୍କୁ  ଶୁଖିଲା ଖାଦ୍ୟ ବଂଟନ କରିଛନ୍ତି । ସତ୍ୟଜିତ ମହାପାତ୍ର, ସତ୍ୟଜିତ ଦାସ, ଖଗେଶ୍ୱର ବଳ, ପିୟୁଶ ରାଉତ, ରାହୁଳ ମଲ୍ଲିକ, ବିକାଶ ବାରିକ, ନିଳକଣ୍ଠ ବେହେରା, ଦେବୀ ପ୍ରସାଦ ଜେନା, ସୁଭାଶିଷ  ସାମଲ ଓ ସୁମନ ସିହ୍ନା ପ୍ରମୁଖ ଶୁଖିଲା ଖାଦ୍ୟ ବଂଟନ କରିଥିବା ବେଳେ ଗୌତମ ସାହୁ ଓ ମନୋଜ କୁମାର ରାଉତ ଏଥିରେ ସେମାନଙ୍କୁ ସାହାଯ୍ୟ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.