ପାରାଦୀପ ୨୨/୦୫/୨୦୨୧(ଓଡ଼ିଶା ସମାଚାର)- ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳରେ ମାଛଧରୁଥିବା ମାଛଧରା ବୋଟ୍ ଓ ଡଙ୍ଗାମାନଙ୍କୁ କୋଷ୍ଟଗାର୍ଡ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ଆସନ୍ତା ୨୩ତାରିଖ ଦିନ ଉତର ଆଣ୍ଡାମାନରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ଯୋଗୁଁ ସମୁଦ୍ର ଅଶାନ୍ତ ରହିବ । ସମୁଦ୍ରରେ ମାଛ ଧରୁଥିବା ବେଳେ କୋଷ୍ଟଗାର୍ଡର ଜାହାଜ ଡାକବାଜୀ ଯନ୍ତ୍ର ସାହାଯ୍ୟରେ ସେମାନଙ୍କୁ ତୁରନ୍ତ ନିକଟସ୍ଥ ମାଛଧରା ବନ୍ଦରମାନଙ୍କୁ ଫେରିଯିବା ପାଇଁ ସତର୍କ ସୂଚନା ଦିଆଯାଇଛି । ସୂଚନା ଥାଉକି, ସମୁଦ୍ର ଉପକୂଳରେ ଥିବା ମାଛଧରା ବନ୍ଦର, ଡଙ୍ଗାଘାଟ ଓ ତଳିଆବସ୍ତି ଅଂଚଳରେ ବାତ୍ୟା ସଂପର୍କିତ ସତର୍କ ସୂଚନା ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଳିଥିବା ବେଳେ ସମୁଦ୍ର ମଧ୍ୟରେ ପଣ୍ୟବାହୀ ଜାହାଜ ଏବଂମାଛଧରା ଡଙ୍ଗା ଓ ବୋଟକୁ କୋଷ୍ଟଗାର୍ଡ କୂଳକୁ ଫେରି ଆସିବା ପାଇଁ ନିବେଦନ କରାଯାଇଛି । ଓଡ଼ିଶା ସମାଚାର