Tuesday , March 28 2023
Breaking News
Home / ବିଶେଷ / ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ପକ୍ଷରୁ କରୋନା ସଚେତନତା ଓ ସହାୟତା ବଂଟନ

ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ପକ୍ଷରୁ କରୋନା ସଚେତନତା ଓ ସହାୟତା ବଂଟନ

କେନ୍ଦ୍ରାପଡ଼ା, ୨୨/୦୫/୨୦୨୧(ଓଡ଼ିଶା ସମାଚାର)- ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ଆନୁକୁଲ୍ୟରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦୁସ୍ଥ ଓ ଦଳିତ ପରିବାରମାନଙ୍କୁ ସଚତେନତା ବାର୍ତା ପ୍ରଦାନ କରାଯିବା ସହ ସହାୟତା ବଂଟନର ଶୁଭାରମ୍ଭ କରାଯାଇଛି । ଟ୍ରଷ୍ଟର ବରିଷ୍ଠ ସଭ୍ୟ ସମାଜସେବୀ ଫକିର ଚରଣ ଖଟୁଆଙ୍କ ନେତୃତ୍ୱରେ ସଭ୍ୟ ମୁକ୍ତାର ଖାଁ, ମ୍ୟାନେଜିଂ ଟ୍ରଷ୍ଟି ବସନ୍ତ କୁମାର ସେଠୀ, ଆଇନଜୀବି ବିଧୁଭୂଷଣ ମହାପାତ୍ର ଓ ରଶ୍ମିରଞ୍ଜନ ଚୈାଧୁରୀ ପ୍ରମୁଖ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତର ଚକଡାବାରଙ୍ଗ, ନାଗପୁରା, କଦଳିବାଡି ଓ ଦେପୁର ଗ୍ରାମର ଦଳିତବସ୍ତିରେ ଗରୀବ ପରିବାର ଗୁଡିକୁ କରୋନା ସମ୍ପର୍କରେ ସଚେତନ କରାଇବା ସହ ସେମାନଙ୍କୁ ମାସ୍କ,ସାନିଟାଇଜର ଓ ସାବୁନ ପ୍ରଭୃତି ବଂଟନ କରିଥିଲେ । ପ୍ରଥମେ ଶ୍ରୀ ଖଟୁଆ ମହାମାରୀ କରୋନା ସଂକ୍ରମଣର ଭୟାବହତାରୁ ନିଜକୁ ବଂଚାଇବା ସହିତ ଦେଶକୁ ବଂଚାଇବା ପାଇଁ ଉପସ୍ଥିତ ଲୋକମାନଙ୍କୁ ଆହ୍ୱାନ ଦେଇଥିଲେ । ପରସ୍ପର ମଧ୍ୟରେ ସାମାଜିକ ଦୂରତା ରକ୍ଷାକରି ମାସ୍କ ପରିଧାନ କରିବା ଓ ବାରମ୍ବାର ହାତକୁ ସାବୁନରେ ଧୋଇବାକୁ ସେ ପରାମର୍ଶ ଦେଇଥିଲେ । ଶ୍ରୀ ସେଠୀ ଓ ଖାଁ କରୋନାକୁ ଭୟ ନକରି ଧୈର୍ଯ୍ୟର ସହିତ କଟକଣାକୁ ମାନି ଚଳିବା ପାଇଁ ଲୋକମାନଙ୍କୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉମେଶ ଚନ୍ଦ୍ର ପାଢୀ, ସୁନାକର ନାୟକ, ଦୁଃଶାସନ ଖଟୁଆ, ଜଗମୋହନ ଖୁଂଟିଆ, ଏକଲବ୍ୟ ପ୍ରଧାନ, ତ୍ରିଲୋଚନ ପରିଡା ଓ ହୃଷିକେଶ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗୋଲଖ ମଳିକ, ଅରକ୍ଷିତ ମଳିକ, ଚୁଇଁ ମଳିକ ପ୍ରମୁଖ ସହଯୋଗ କରିଥିଲେ । ଏହାପରେ କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ଜୟୀପୁରା ଗ୍ରାମର ସଟଡାଉନ ଅଂଚଳ ଭିତରେ ଥରବା ପରିବାର ଗୁଡିକୁ ଦୂରରୁ ଥାଇ ମାସ୍କ, ସାନିଟାଇଜର ଓ ସାବୁନ ପ୍ରଭୃତି ବଂଟନ କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.