ପାରାଦୀପ ୨୨/୦୫/୨୦୨୧(ଓଡ଼ିଶା ସମାଚାର)- ପ୍ରତିବର୍ଷ ମେଁ ମାସ ୨୧ ତାରିଖ ଦେଶରେ ‘ଆତଙ୍କବାଦ ବିରୋଧୀ ଦିବସ’ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ପାରାଦ୍ୱୀପ ବନ୍ଦର ପକ୍ଷରୁ ପ୍ରଶାସନିକ ଭବନ ପ୍ରକୋଷ୍ଠ ଠାରେ କୋଭିଡ୍-୧୯ ମହାମାରୀ ସୁରକ୍ଷାକୁ ଦୃଷ୍ଟିରେ ରଖି ଶୁକ୍ରବାର ପୂର୍ବାହ୍ନରେ ‘ଆତଙ୍କବାଦ ବିରୋଧୀ ଦିବସ-୨୦୨୧ ପାଳିତ ହୋଇଯାଇଛି । ଏହି ଅବସରରେ ବନ୍ଦର ସିନିଅର ଡେପୁଟି ଏଫଏ ଅଶୋକ କୁମାର ସାହୁଙ୍କ ପରିଚାଳନା ରେ ପ୍ରତିଶୃତି ଗ୍ରହଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବନ୍ଦର ର ଅଧିକାରୀ ଓ କର୍ମଚାରୀ ମାନେ ଯୋଗଦେଇ ଶପଥପାଠ କରିଥିଲେ । ତେବେ ଏହି ଦିବସ ପାଳନ କରିବା ମୁଖ୍ୟ ଉଦ୍ଧେଶ୍ୟ ହେଉଛି ଯୁବକ ମାନଙ୍କୁ ଆତଙ୍କବାଦ ଠାରୁ ଦୁରେଇ ରଖିବା ଓ ଦେଶବାସୀଙ୍କ ମଧ୍ୟରେ ଏକତା,ଜାତିୟତା ଭାବର ଉଦ୍ରେକ ସୃଷ୍ଟି କରିବା । ସୂଚନାଥାଉକି, ୧୯୯୧ ମସିହା ମେଁ ୨୧ତାରିଖ ରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଙ୍କୁ ଆତଙ୍କବାଦୀ ମାନେ ହତ୍ୟା କରିଥିଲେ । ସେହିଦିନ ଠାରୁ ଏହି ଦିବସକୁ ଆତଙ୍କବାଦ ବିରୋଧୀ ଦିବସ ଭାବେ ପାଳିତ ହୋଇଆସୁଅଛି ଏବଂ ଚଳିତ ବର୍ଷ ଏହା ସ୍ୱର୍ଗତ ଗାନ୍ଧୀଙ୍କ ୩୦ତମ ମୃତୁ୍ୟ ବାର୍ଷିକ । ଓଡ଼ିଶା ସମାଚାର