Sunday , March 26 2023
Breaking News
Home / ସ୍ୱାସ୍ଥ୍ୟ / ପାଟକୁରା ଅଂଚଳରେ  କୋଭିଡ୍ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି

ପାଟକୁରା ଅଂଚଳରେ  କୋଭିଡ୍ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି

ଗରଦପୁର,୨୨/୦୫/୨୦୨୧(ଓଡ଼ିଶା ସମାଚାର)-ରାଜ୍ୟରେ କୋଭିଡ୍ ଆକ୍ରାନ୍ତମାନଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଲକ୍ଷ୍ୟ ରଖି ସରକାର ପ୍ରଥମ ପର୍ଯ୍ୟାୟରେ ଗତ ମେଁ ମାସ ୫ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଓ ୨ୟ ପର୍ଯ୍ୟୟରେ ଏହାର ଅବଧି ବୃଦ୍ଧି କରାଯାଇ ଜୁନ୍ ମାସର ୧ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଏହି ଅବଧି ମଧ୍ୟରେ ପାଟକୁରା ଅଂଚଳରେ ଦୈନିକ କେରାନା ସଂକ୍ରମଣ ବୃଦ୍ଧି ପାଉଥିବା ପାଟକୁରା ମେଡିକାଲ ସୂତ୍ରରୁ ଜଣାଯାଇଛି ।  ପାଟକୁରା ମେଡିକାଲ ପକ୍ଷରୁ ଜଣାଯାଇଛି ଯେ, ଗତ ୮ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ୧୨୬ଜଣଙ୍କ ଠାରେ କରୋନା ପଜିଟିଭ୍ ଲକ୍ଷଣ ପ୍ରକାଶ ପାଇଛି । ଆଜି ମଧ୍ୟ ପାଟକୁରା ମେଡିକାଲରେ ୩ଜଣ କୋଭିଡ୍ ସଂକ୍ରମିତ ହୋଇଥିବାର ମେଡିକାଲ ସୂତ୍ରରୁ ଜଣାଯାଇଛି । ସଂକ୍ରମିତମାନେ ନିଜ ନିଜ ଘରେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି ।  ଅନେକ ସଂକ୍ରମିତ ଆରୋଗ୍ୟ ହୋଇଥିବାର ମେଡିକାଲ ପକ୍ଷରୁ କୁହାଯାଉଛି । ଅଂଚଳର କେତେଜଣ ଅମାନିଆ ହେଉଥିବାବେଳେ, ଗ୍ରାମାଂଚଳରେ କଟକଣାର ପ୍ରଭାବ ପ୍ରାୟତଃ ଅନୁଭୂତ ହେଉ ନାହିଁ । ତେଣୁ ଏବେ ଗ୍ରାମାଂଚଳରେ ଦୈନିକ   ଆକ୍ରାନ୍ତମାନଙ୍କ ସଂଖ୍ୟା ବୃଦ୍ଧି  ପାଇବାରେ ଲାଗିଛି । ଅନେକ ଲୋକ ଭୟରେ ମେଡିକାଲକୁ ପରିକ୍ଷା କରାଇବାକୁ ଯାଉ ନ ଥିବାର ଜଣାଯାଇଛି । ଯଦି କାହାର ସାମାନ୍ୟ ଦେହ ଅସୁସ୍ଥତା ଦେଖାଯାଉଛି ,ସେମାନେ ପରିକ୍ଷା କରାଯାଇବାକୁ ନ ଯାଇ ଗାଁରେ ଥିବା ବିଭିନ୍ନ କ୍ୱାକ୍ ମାନଙ୍କ ପାଖରୁ ଔଷଧ ଖାଇବାକୁ ପସନ୍ଦ କରୁଛନ୍ତି । ଏଥି ଯୋଗୁଁ ମଧ୍ୟ କରୋନା ପରିକ୍ଷା ହୋଇ ପାରୁ ନାହିଁ । ଏପରିସ୍ଥଳେ ଗାଁ ଗଣ୍ଡାରେ ରହିଥିବା ଅଙ୍ଗନୱାଡି କର୍ମୀ,ଆଶକର୍ମୀ ଓ ସ୍ୱାସ୍ୟ୍ଥ୍ର କର୍ମୀମାନେ ଘର ଘର ବୁଲି ଅସ୍ୱାଭାବିକ କାଶ ଓ ଜ୍ୱରରେ ପିଡିତ ରହୁଥିବା ଲୋକମାନଙ୍କୁ ଚିହ୍ନଟ କରି କୋଭିଡ୍ ପରିକ୍ଷା କରାଇବା ଜରୁରୀ ହୋଇ ପଡିଛି । ସ୍ଥାନିୟ ପୋଲିସ୍ ଓ ସ୍ଥାନିୟ ପ୍ରଶାସନ କଟକଣା ଉଲଙ୍ଘନକାରୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ହୋଇପଡିଛି । ଗତ ବର୍ଷ କୋଭିଡ୍ ସମୟରେ ଯେଉଁ ଗାଁରେ ସଂକ୍ରମିତ ଚିହ୍ନଟ ହେଉଥିଲେ ସେହି ଗ୍ରାମକୁ କଂଟେନ୍ମେଂଟଜୋନ୍ ଭାବରେ ଘୋଷଣା କରାଯାଇ ସମ୍ପୃକ୍ତ ଗ୍ରାମକୁ ସାନିଟାଇଜ୍ କରାଯିବା ସହିତ ସଂକ୍ରମିତମାନଙ୍କୁ ଚିକିତ୍ସା ପାଇଁ କୋଭିଡ୍ ହସପିଟାଲକୁ ପଠାଇ ଦିଆଯାଉଥିଲା । ମାତ୍ର ଚଳିତ ଥର ତାହା କରାଯାଉ ନାହିଁ । ଆାକ୍ରାନ୍ତମାନେ ନିଜ ନିଜ ଘରେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି । ଏପରିସ୍ଥଳେ ସଂକ୍ରମଣ ବ୍ୟାପିବା ନେଇ ସାଧାରଣ ଲୋକମାନଙ୍କ ମଧ୍ୟରେ ଅଜଣା ଭୟ ସୃଷ୍ଟି ହୋଇଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published.