Wednesday , December 1 2021
Breaking News
Home / ବିଶେଷ / ପଦ୍ମପୁର ଉପ କାରାଗାରରେ ୮୩ ଜଣ କରୋନା ସଂଙ୍କ୍ରମିତ

ପଦ୍ମପୁର ଉପ କାରାଗାରରେ ୮୩ ଜଣ କରୋନା ସଂଙ୍କ୍ରମିତ

ପଦ୍ମପୁର ୨୨/୦୫/୨୦୨୧(ଓଡ଼ିଶା ସମାଚାର)- ପଦ୍ମପୁର ଉପ କାରାଗାରରେ ଏକା ଥରକେ ୮୩ ଜଣ ଅନ୍ତେବାସୀ କରୋନା ସଂଙ୍କ୍ରମିତ ଥିବା ଜଣାଯାଇଛି । ପଦ୍ମପୁର ଏସଡିଏମଓ ତହସିଲ ସାହୁ ଙ୍କ ଠାରୁ ଏନେଇ ସୂଚନା ମିଳିଛି।
ପ୍ରାପ୍ତ ସୂଚନା ଅନୁସାରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପଦ୍ମପୁର ଉପ-କାରାଗାର ର ଅନ୍ତେବାସୀ ଙ୍କ କରୋନା ପରୀକ୍ଷା କରାଯାଇଥିଲା । ପ୍ରଥମେ ୩୦ ଜଣଙ୍କର ପରୀକ୍ଷା କରାଯିବାରୁ ସମସ୍ତ ୩୦ ଜଣ କରୋନା ସଂଙ୍କ୍ରମିତ ଥିବା ଜଣାପଡ଼ିଥିଲା । ଏହାପରେ ଜେଲରେ ଥିବା ୧୨୪ ଜଣ ଅନ୍ତେବାସୀଙ୍କ ନମୂନା ପରୀକ୍ଷା କରାଯିବାରୁ , ସେମାନଙ୍କ ମଧ୍ୟରୁ ୮୩ ଜଣ ଅନ୍ତେବାସୀ କରୋନା ସଂଙ୍କ୍ରମିତ ଥିବା ଚିହ୍ନଟ ଜଚ୍ଚାଯାଇଛି। ଏମାନଙ୍କ ମଧ୍ୟରୁ ୫ଜଣଙ୍କୁ ପଦ୍ମପୁର କୋଭିଡ଼ କେୟାର ସେଣ୍ଟରରେ ଚିକିତ୍ସିତ କରାଯାଉଥିବାବେଳେ ଅନ୍ୟ ସମସ୍ତଙ୍କୁ ଜେଲ୍ ରେ ଚିକିତ୍ସା କରାଯାଉଛି । ଓଡ଼ିଶା ସମାଚାର

About admin

Check Also

କଣ୍ଡୁରୀ ଚରଣଙ୍କ ଏକାଦଶାହରେ ସ୍ମୃତିସଭା

କେନ୍ଦ୍ରାପଡ଼ା, ୩୦/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହର ଉପକଣ୍ଠ ଭରତପୁର ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ପରୋପକାରୀ କଣ୍ଡୁରୀ ଚରଣ ବେହେରାଙ୍କ …

Leave a Reply

Your email address will not be published. Required fields are marked *