ନିଶ୍ଚିନ୍ତକୋଇଲି ,୨୨/୦୫/୨୦୨୧(ଓଡିଶା ସମାଚାର/ ଅଭୟ ଜେନା ) – ଓଡିଶା ର ପ୍ରସିଦ୍ଧ ଶନିଶ୍ଚର ପୀଠ କଟକ ସଦର ନିର୍ବାଚନ ମଣ୍ଡଳୀ ର ଜନାର୍ଦନପୁର ରେ ଶନିଶ୍ଚର ମହାଯଜ୍ଞ ଓ ଯାତ୍ରା କୁ କରୋନା ମହାମାରୀ ର କଟକଣା ଯୋଗୁ ଚଳିତବର୍ଷପାଇଁ ବାତିଲ କରାଯାଇଛି।ପ୍ରତିବର୍ଷ ଏହି ଦିନ ଏହି ସ୍ଥାନରେ ଓଡିଶା ର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁ ଙ୍କର ସମାଗମ ହୋଇଥାଏ।ଭକ୍ତ ମାନେ ନିଜର ମନୋବାଞ୍ଛା ପୂରଣ ନିମନ୍ତେ ଚିତ୍ରୋତ୍ପଳା ନଦୀରୁ କଳସୀରେ ଜଳଆଣି ଶନିଦେବ ଙ୍କ ମସ୍ତକରେ ଢାଳିଥାନ୍ତି।ଏଠାରେ ବଡ ଧାରଣ ର ଯାତ୍ରା ଓ ମେଳା ଅନୁଷ୍ଠିତ ହୋଇଥାଏ।ଶହ
ଶହ ସଂଖ୍ୟାରେ ଦୋକାନ ବଜାର ଖୋଲାଯାଇ କିଣାବିକା ହୋଇଥାଏ।ବିଭିନ୍ନ ଅପେରା ଦଳ ପକ୍ଷରୁ ଯାତ୍ରା ପରିବେଷଣ କରାଯାଇଥାଏ।ମାତ୍ର କୋଭିଡ କଟକଣା ପାଇଁ ଗତ ଦୁଇ ବର୍ଷ ହେବ ଏସବୁ କୁ ବନ୍ଦ ରଖାଯାଇଛି।ଚଳିତ ବର୍ଷ କେବଳ ବିଧିରକ୍ଷା ପାଇଁ ଜଣେମାତ୍ର ପୂଜକ ଙ୍କୁ ନେଇ ପୂଜାର୍ଚ୍ଚନା କରାଯାଉଥିବା ମିନ୍ଦିରକମିଟି ର କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ଓଡିଶା ସମାଚାର