Tuesday , December 6 2022
Home / ସ୍ୱାସ୍ଥ୍ୟ / କେନ୍ଦ୍ରାପଡା ଜିଲ୍ଲାରେ ଆଜି ୧୫୦କରୋନା ପଜିଟିଭ

କେନ୍ଦ୍ରାପଡା ଜିଲ୍ଲାରେ ଆଜି ୧୫୦କରୋନା ପଜିଟିଭ

କେନ୍ଦ୍ରାପଡ଼ା, ୨୨/୦୫/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାରେ ଶୁକ୍ରବାର ୧୫୦ ଜଣ କରୋନା ପଜିଟିଭ ବାହାରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥିମଧ୍ୟରୁ  ଆଳି ବ୍ଲକରେ ୧୨ଟି କରୋନା ପଜିଟିଭ କେଶ ବାହାରିଥିବା ବେଳେ ଡେରାବିଶି ବ୍ଲକରେ ୩୨,  ଗରଦପୁର ବ୍ଲକରେ ୦୧, କେନ୍ଦ୍ରାପଡା ବ୍ଲକରେ ୩୪, ମହାକାଳପଡା ବ୍ଲକରେ ୧୭, ମାର୍ଶାଘାଇ ବ୍ଲକରେ ୧୦ , ପଟ୍ଟାମୁଣ୍ଡାଇ ବ୍ଲକରେ ୧୮, ରାଜକନିକା ବ୍ଲକରେ ୦୩, ରାଜନଗର ବ୍ଲକରେ ୧୫ ଏବଂ  କେନ୍ଦ୍ରାପଡା ପୌରାଂଚଳରେ ୦୮ ଜଣ କରୋନା ପଜିଟିଭ ବାହାରିଥିବା ସୂଚନା ଦିଆଯାଇଛି ।  ଜିଲ୍ଲାରେ ଧିରେ ଧିରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବାରୁ  କୋଭିଡ କଟକଣାକୁ ଆହୁରି କଡାକଡି  କରାଯିବାର ଆବଶ୍ୟକତା ରହିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.