କେନ୍ଦ୍ରାପଡ଼ା,୨୨/୦୫/୨୦୨୧(ଓଡ଼ିଶା ସମାଚାର)-ମହାମାରୀ କରୋନାର ଭୟାବହତା ସତ୍ୱେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ରକ୍ତ ସଙ୍କଟକୁ ଦୂର କରିବା ଉଦେଶ୍ୟରେ କେନ୍ଦ୍ରାପଡା ଓଡିଶା ମୋ ପରିବାର ପକ୍ଷରୁ ଶନିବାର କେନ୍ଦ୍ରାପଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ୮ଦିନ ବ୍ୟାପି ହେବାକୁ ଥିବା ରକ୍ତଦାନ ଶିବିରର ଦ୍ୱିତୀୟ ଦିବସ ଶିବିରକୁ ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ତଥା ଗାଙ୍ଗପଡା ପଂଚାୟତର ସମିତି ସଭ୍ୟା ମମତାରାଣୀ ଧଳ ଫିତାକାଟି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଚଳଚିତ୍ର ପ୍ରଯୋଜକ ତଥା ସମାଜସେବୀ ମାନସ କୁମାର ସାହୁ, ଓଡିଶା ମୋ ପରିବାର ସଂଯୋଜକ କାଳି ପ୍ରସାଦ ମିଶ୍ର ,ସହ ସଂଯୋଜକ ହିରଣ୍ୟ କୁମାର ପଣ୍ଡା. ନଗର ବିଜେଡି ସଭାପତି ଯଯାତି କେଶରୀ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ଏହି ରକ୍ତଦାନ ଶିବିରରେ ୨୭ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ସମସ୍ତ ରକ୍ତଦାତାଙ୍କୁ ଓଡିଶା ମୋ ପରିବାର ପକ୍ଷରୁ କୃତଜ୍ଞତା ଅର୍ପଣ କରାଯାଇଛି । ଓଡ଼ିଶା ସମାଚାର