ଭୁବନେଶ୍ୱର,୨୨/୦୫/୨୦୨୧(ଓଡ଼ିଶା ସମାଚାର)- ଗତ ୨୪ ଘଂଟା ମଧ୍ୟରେ ଆଉ ୧୧୧୦୮ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୨୧୯ ଜଣ ସଙ୍ଗାୀରଧ କେନ୍ଦ୍ରରେ ରହିଥିବା ବେଳେ ୪୮୮୯ ଜଣ ସ୍ଥାନୀୟ ବାସିନ୍ଦା ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୫୧ ଜଣ, କଟକରୁ ୯୪୪ ଜଣ, ଅନୁଗୁଳରୁ ୮୬୪ ଜଣ, ସୁନ୍ଦରଗଡ଼ରୁ ୭୦୮ ଜଣ, ମୟୂରଭଞ୍ଜରୁ ୬୩୫ ଜଣ, ବାଲେଶ୍ବରରୁ ୫୦୯ ଜଣ, ଭଦ୍ରକରୁ ୪୮୯ ଜଣ,ପୁରୀରୁ ୪୭୩ ଜଣ, ଯାଜପୁରରୁ ୩୯୬ ଜଣ, ସମ୍ବଲପୁରରୁ ୩୮୪ ଜଣ, ନବରଙ୍ଗପୁରରୁ ୩୫୭ ଜଣ, ବରଗଡ଼ରୁ ୩୩୯ ଜଣ, ନୟାଗଡ଼ାରୁ ୩୩୨ ଜଣ, ଜଗତସିଂହପୁରରୁ ୨୧୮ ଜଣ, ବଲାଙ୍ଗୀରରେ ୨୮୯ ଜଣ, ବୌଦ୍ଧ ୨୭୩ ଜଣ,କୋରାପୁଟରୁ ୨୫୧ ଜଣ,ଗଞ୍ଜାମରୁ ୨୧୪ ଜଣ, ରାୟଗଡ଼ାରୁ ୨୦୯ ଜଣ, ସୋନପୁରରୁ ୧୮୦ ଜଣ,କେନ୍ଦୁଝରରୁ ୧୬୯ ଜଣ, ଗଜପତିରୁ ୧୫୭ ଜଣ, କେନ୍ଦ୍ରାପଡ଼ାରୁ ୧୫୦ ଜଣ, କନ୍ଧମାଳରୁ ୧୩୨ ଜଣ,ଢ଼େଙ୍କାନାଳରୁ ୧୩୧ ଜଣ,ଦେବଗଡ଼ରୁ ୧୨୫ ଜଣ, ନୂଆପଡ଼ାରୁ ୧୧୪ ଜଣ, ମାଲାକାନଗିରିରୁ ୧୦୦ ଜଣ, କଳାହାଣ୍ଡିରୁ ୩୯ ଜଣ, ଏବଂ ଷ୍ଟେଟ୍ ପୋଲ୍ ରୁ ୨୫୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୭୯୫୩୦ ରେ ପହଞ୍ଚିଛି।
ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରେ ୧୨ ଜଣ ପୁରୁଷ ଓ ୧୪ ଜଣ ମହିଳା ଙ୍କର ମୃତ୍ୟୁ ହୋଇଛି।ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ଜଣ ଓ କଳାହାଣ୍ଡି ଜିଲ୍ଲାରୁ ୪ଜଣ ରହିଛନ୍ତି । ଗଞ୍ଜାମ ଓ ପୁରୀ ୩ଜଣ ଲେଖାଏଁ ରହିଥିବା ବେଳେ ଅନୁଗୁଳ, ବାଲେଶ୍ୱର ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ଜଣ ଲେଖାଏଁ ରହିଛନ୍ତି । ସେହିପରି ବୌଦ୍ଧ , ଗଜପତି, କୋରାପୁଟ, ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୪୫୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୭୯୫୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୬୭୩୮୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନାରେ ମୋଟ ମୃତକଙ୍କ ସଂଖ୍ୟା ୨୪୫୬ରେ ପହଞ୍ଚିଥିବା ବେଳେ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ସଂଖ୍ୟା ୫୩ରେ ରହିଛି । ଆଉ ୧୦୯୬୩୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି । ଗତକାଲି ସୁଦ୍ଧା ରାଜ୍ୟରେ ୧୧୨୪୧୪୦୮ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର