Saturday , September 25 2021
Breaking News
Home / କୃଷି / କେନ୍ଦ୍ରାପଡା ଜିଲ୍ଲା କୃଷକ ମହାସଂଘ ପକ୍ଷରୁ ଚାଷୀଙ୍କୁ ତୁରନ୍ତ ବିହନ ଯୋଗାଣ ପାଇଁ  ଜିଲ୍ଲା କୃଷି ଅଧିକାରୀଙ୍କୁ ଦାବିପତ୍ର

କେନ୍ଦ୍ରାପଡା ଜିଲ୍ଲା କୃଷକ ମହାସଂଘ ପକ୍ଷରୁ ଚାଷୀଙ୍କୁ ତୁରନ୍ତ ବିହନ ଯୋଗାଣ ପାଇଁ  ଜିଲ୍ଲା କୃଷି ଅଧିକାରୀଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା, ୨୧/୦୫/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା କୃଷକ ମହାସଂଘ ପକ୍ଷରୁ ଚାଷୀଙ୍କୁ ତୁରନ୍ତ ବିହନ ଯୋଗାଇଦେବାକୁ ଜିଲ୍ଲା କୃଷି ଅଧିକାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ସେଥିରେ ଉଲ୍ଲେଖ ରହିଛି ଯେ ମହାସଂଘର ଗଠନ ଦିନଠାରୁ କେନ୍ଦ୍ରାପଡା ଜିଲ୍ଲାରେ କୃଷି ଓ କୃଷକର ବିକାଶ ପାଇଁ କାର୍ଯ୍ୟ ପନ୍ଥା ଗ୍ରହଣ କରି ଚାଲିଛି । କୃଷକମାନଙ୍କୁ ସଂଗଠନ ମାଧ୍ୟମରେ ସଚେତନ କରାଇବା ସହ ସରକାରଙ୍କ ଦ୍ୱାରା କୃଷକମାନଙ୍କ ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ଚାଷୀଭାଇଙ୍କ ମଧ୍ୟରେ ଆଲୋଚନା କରାଯାଇ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଥଏ । ସ୍ୱାଧୀନତାର ୭୪ବର୍ଷ ପରେବି ଚାଷୀକୂଳ ଯେଉଁ ତିମିରେ କୁ ସେହି ତିମିରେ । ସରକାର ଓ ପ୍ରଶାସନର ଯେଉଁ ଯେତିକି ନିଷ୍ଠା ରହିବା କଥା ସେତିକି ନହୋଇପାରୁଥିବାରୁ ଆଜି ଦେଶର କୃଷି ନୀତି ଘରୋଇକରଣ ବାଟରେ, କୃଷି ବିଭାଗ, ଉଦ୍ୟାନ କୃଷି, କୃଷି ଗବେଷଣା କେନ୍ଦ୍ର, ମତ୍ସ୍ୟ ବିଭାଗ, ପଶୁପାଳନ ବିଭାଗ ,ବ୍ୟାଙ୍କ ସେବା ପ୍ରଭୃତି ଯେଉଁ ଗୁଡିକ କୃଷି ଓ କୃଷକଙ୍କ ସହ ଜଡିତ, କୃଷି ଓ କୃଷକଙ୍କ ବିକାଶ କରିବା ଯାହାର ଲକ୍ଷ୍ୟ ଆଜି ସେସବୁ ଲକ୍ଷ୍ୟଚୁ୍ୟତ । ଆମ ପଛ ବଙ୍ଗଳାଦେଶ ଓ ଚୀନ ପ୍ରଭୃତି ଆଜି ବହୁ ଆଗରେ । ଆଜି ଚାଷୀ ପାଖରେ ବିହନ ନାହିଁ କିମ୍ବା ବିହନ ପାଇବା ପାଇଁ ସମବାୟ ସମିତି, ବ୍ଲକ ପ୍ରଭୃତିକୁ ଦୌଡି ଦୌଡି ଚାଷୀଟି ନୟାନ୍ତ ହେଲାଣି । ଆଜି କରୋନା ମହାମାରୀ ଯୋଗୁଁ ଅଧିକାଂଶ ଚାଷୀ ପଦାକୁ ବାହାରୁ ନାହାନ୍ତି । ୩ଟି କୃଷି ଜିଲ୍ଲା ଓ ୯ଟି ବ୍ଲକରେ ଚାଷୀଙ୍କ ପାଖରେ ଆବଶ୍ୟକତା ଅନୁଯାଇ ବିହନ ନାହିଁ । ଶାରଳା, ପ୍ରଦୀକ୍ଷା, ପୂଜା, ୧୦୧୮,୧୦୦୧ ପ୍ରଭୃତି ଯେଉଁ ବିହନ ଚାଷୀଙ୍କ ଆବଶ୍ୟକ ସେ ସମ୍ପର୍କରେ ଯଦି ସହଯୋଗ ବିଭାଗ ଚାହେଁ  ତେବେ ମହାସଂଘ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବାକୁ  ପ୍ରସ୍ତୁତ ବୋଲି  କେନ୍ଦ୍ରାପଡା ଜିଲ୍ଲା କୃଷକ ମହାସଂଘର ସଭାପତି ରମଣୀରଞ୍ଜନ ରାଉତରାୟ, ସମ୍ପାଦକ ସତ୍ୟନାରାୟଣ ଜେନା, ଡେରାବିଶି ବ୍ଲକ ସମ୍ପାଦକ କୁବେର ସାହୁ, ମାର୍ଶାଘାଇ ବ୍ଲକର  ବିକାଶ ଚନ୍ଦ୍ର ବେଉରା, ଭାବଗ୍ରାହୀ ପତି ପ୍ରମୁଖ ଜିଲ୍ଲା କୃଷି ଅଧିକାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଉମାକାନ୍ତ ଭାରତଙ୍କୁ ନବନର୍ମାଣ କୃଷକ ସଂଗଠନ ତରଫରୁ ଜିଲ୍ଲାନାସୀ, କୁଜଙ୍ଗ ବ୍ଲକ ଚାଷୀ ମାନଙ୍କ ବିରୋଧ

ପାରାଦୀପ ୨୦/୦୯/୨୦୨୧(ଓଡ଼ିଶା ସମାଚାର)- ସ୍ଥାନୀୟ ଜିଲ୍ଲାନାସୀ ପଂଚାୟତରେ ଉମାକାନ୍ତ ଭାରତ ନବନର୍ମାଣ କୃଷକ ସଂଗଠନର ସଦସ୍ୟ ମାନଙ୍କୁ ଅବଗତ ନ …

Leave a Reply

Your email address will not be published. Required fields are marked *