Tuesday , October 3 2023
Breaking News
Home / ତାଜା ଖବର / ୧୨,୫୨୩ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୨୭ ମୃତ୍ୟୁ

୧୨,୫୨୩ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୨୭ ମୃତ୍ୟୁ

ଭୁବନେଶ୍ୱର,୨୧/୦୫/୨୦୨୧(ଓଡ଼ିଶା ସମାଚାର)- ସମ୍ପ୍ରତି ରାଜ୍ୟରେ କରୋନା ର ସ୍ଥିତି କୁ ଲକ୍ଷ କରି ଏହାକୁ ଲଗାମ ଲଗାଇବା ପାଇଁ ରାଜ୍ୟ ସରକାର ସମଗ୍ର ରାଜ୍ୟକୁ ପ୍ରଥମେ ୨ ସପ୍ତାହ ଓ ପୁଣି ଆଉ ଥରେ ୨ ସପ୍ତାହ ଲକ ଡ଼ାଉନ ଘୋଷଣା କରିଛନ୍ତି । ଏଥି ସହିତ ପ୍ରତି ଶନିବାର ଓ ରବିବାର ସାପ୍ତାହିକ ସଟ ଡ଼ାଉନ୍ ଲଗାଇଛନ୍ତି । ଏହା ସତ୍ୱେ ରାଜ୍ୟରେ ଦୈନିକ କରୋନା ସଂଙ୍କ୍ରମଣ ଓ ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନି । ଦୈନିକ ସଂଙ୍କ୍ରମଣ ସଂଖ୍ୟା ୧୦ ହଜାର ଉପରେ ରହୁଛି । ମୃତ୍ୟୁ ସଂଖ୍ୟା ମଧ୍ୟ ଧିରେ ଧିରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୨,୫୨୩ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୦୧୨ ଜଣ ସଙ୍ଗରୋଧ କେନ୍ଦ୍ର ରେ ଚିହ୍ନଟ ହୋଇଥିବା ବେଳେ ୫୫୧୧ ଜଣ ସ୍ଥାନୀୟ ବାସିନ୍ଦା । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୯୩୦ଜଣ, ବାଲେଶ୍ୱର ଜିଲ୍ଲାରୁ ୫୧୦ଜଣ, ବରଗଡ଼ ଜିଲ୍ଲାରୁ ୩୧୫ଜଣ, ଭଦ୍ରକ ଜିଲ୍ଲାରୁ ୧୭୭ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୯୬ଜଣ, ବୌଦ୍ଧ ଜିଲ୍ଲାରୁ ୩୬୫ଜଣ, କଟକ ଜିଲ୍ଲାରୁ ୧୧୮୪ଜଣ, ଦେଓଗଡ଼ ଜିଲ୍ଲାରୁ ୧୦୬ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୩୨ଜଣ, ଗଜପତି ଜିଲ୍ଲାରୁ ୫୩ଜଣ, ଗଞ୍ଜାମ ଜିଲ୍ଲାରୁ ୩୬୯ଜଣ, ଜଗତସିଂହପୁର ଜିଲ୍ଲାରୁ ୩୨୫ଜଣ, ଯାଜପୁର ଜିଲ୍ଲାରୁ ୪୧୯ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୭୩ଜଣ, କଳାହାଣ୍ଡି ଜିଲ୍ଲାରୁ ୪୦୧ଜଣ, କନ୍ଧମାଳ ଜିଲ୍ଲାରୁ ୧୦୦ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୯୫ଜଣ, କେନ୍ଦୁଝର ଜିଲ୍ଲାରୁ ୨୩୨ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୮୪୨ଜଣ, କୋରାପୁଟ ଜିଲ୍ଲାରୁ ୨୩୩ଜଣ, ମାଲକାନାଗିରି ଜିଲ୍ଲାରୁ ୭୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୫୪୬ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୮୩ଜଣ, ନୟାଗଡ଼ ଜିଲ୍ଲାରୁ ୩୧୫ଜଣ, ନୂଆପଡ଼ା ଜିଲ୍ଲାରୁ ୧୨୯ଜଣ, ପୁରୀ ଜିଲ୍ଲାରୁ ୫୬୮ଜଣ, ରାୟଗଡ଼ା ଜିଲ୍ଲାରୁ ୩୨୧ଜଣ, ସମ୍ବଲପୁର ଜିଲ୍ଲାରୁ ୪୦୦ଜଣ, ସୋନପୁର ଜିଲ୍ଲାରୁ ୨୦୨ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୭୧୫ଜଣ , ଷ୍ଟେଟ୍ ପୁଲ୍ ରୁ ୩୨୪ଜଣ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬,୬୮,୪୨୨ କୁ ବୃଦ୍ଧି ପାଇଛି ।
ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୨୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା, କୋରାପୁଟରୁ ୪ ଜଣ ଲେଖାଏଁ, ନୂଆପଡା, ରାୟଗଡା ଓ ସୁନ୍ଦରଗଡରୁ ୩ ଜଣ ଲେଖାଏଁ, କଳାହାଣ୍ଡିରୁ ୨ ଜଣ, ବରଗଡ, ବଲାଙ୍ଗୀର, ବୌଦ୍ଧ, ଗଜପତି, ଝାରସୁଗୁଡା, ନବରଙ୍ଗପୁର, ପୁରୀ, ସୋନପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ୫ ଜଣ ମହିଳା ଓ ୨୨ ଜଣ ପୁରୁଷ ଅଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୪୩୦କୁ ବୃଦ୍ଧି ପାଇଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬,୬୮,୪୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୫୬୫୦୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନାଜନିତ ମୃତ୍ୟୁ ସଂଖ୍ୟା ୨୪୩୦ ହୋଇଥିବାବେଳେ ୫୩ ଜଣ କରୋନା ଆକ୍ରାନ୍ତ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି । ଆଉ ୧୦୯୪୩୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି । ଗତକାଲି ସୁଦ୍ଧା ରାଜ୍ୟରେ ୧୧୧୮୦୬୪୯ ଟି ନମୂନା ପରୀକ୍ଷା ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *