Tuesday , December 7 2021
Breaking News
Home / ବିଶେଷ /  ହେଲମେଟ ଓ ମାସ୍କ ଚେକିଙ୍ଗ:  ୮ହଜାର ଟଙ୍କା ଜୋରିମାନା ଆଦାୟ  ୧୯ ହଜାର ଟଙ୍କାର ଚାଲାଣ କଟିଛି

 ହେଲମେଟ ଓ ମାସ୍କ ଚେକିଙ୍ଗ:  ୮ହଜାର ଟଙ୍କା ଜୋରିମାନା ଆଦାୟ  ୧୯ ହଜାର ଟଙ୍କାର ଚାଲାଣ କଟିଛି

 ନିରାକାରପୁର, ୨୧/୦୫/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ପୋଲିସ ତରଫରୁ ନିରାକାରପୁର ଗେଟବଜାର ତଥା ନୂଆ ଜଗନ୍ନାଥ ସଡ଼କରେ ମାସ୍କ ଓ ହେଲମେଟ ଚେକିଙ୍ଗ ଜୋରଦାର କରାଯାଇଥିଲା । ହେଲମେଟ ଓ ମାସ୍କ ପିନ୍ଧି ନଥିବା ଲୋକଙ୍କଠାରୁ ଜୋରମାନା ବାବଦକୁ ୮ ହଜାର ଟଙ୍କା ଆଦାୟ କରାଯାଇଥିବାବେଳେ  ୧୯ ହଜାର ଟଙ୍କାର ଅନଲାଇନ ଚାଲାଣ କଟାଯାଇଛି ।ମାସ୍କ ପିନ୍ଧି ନଥିବା ଲୋକମାନଙ୍କୁ ତାଗିତ କରିବା ସହ ସାମାଜିକ ଦୂରତ୍ୱ ରକ୍ଷା କରି ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦିଅଯାଇଥିଲା । ଏହି ଧରପଗଡ଼ ନିରାକାରପୁର ଥାନା ଆଇଆଇସି ଗୀତାଞ୍ଜଳୀ ନାୟକଙ୍କ ନିର୍ଦ୍ଧେଶରେ ଏସଆଇ ବିଚିତ୍ରାନନ୍ଦ ପରିଡ଼ା ଓ ଏଏସଆଇ ଶରତ ଚନ୍ଦ୍ର ପାଇକରାୟ , ଏସଆଇ ଭାନୁମତୀ ବେହେରା ସମେତ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ । ଗତକାଲି ଖୋର୍ଦ୍ଧା ଜିଲ୍ଲାପାଳ ଅମାନିଆ ବାଇକ ଚାଳକମାନଙ୍କ ଗାଡ଼ି ଜବତ ପାଇଁ ନିର୍ଦ୍ଧେଶ ଥିବାରୁ ପୋଲିସର ଦୃଢ କାର୍ଯ୍ୟାନୁଷ୍ଠାନ ଦ୍ୱାରା ଆଜି ବାଇକ ସଂଖ୍ୟା କମ ଦେଖିବାକୁ ମିଳିଥିଲା । ଓଡ଼ିଶା ସମାଚାର

About admin

Check Also

ଜଗତସିଂହପୁର  ଜିଲ୍ଲା ପ୍ରଶାସନ ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

 ଜଗତସିଂହପୁର ୦୬/୧୨/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବିଧାନ ପ୍ରଣେତା,ଆଇନଜ୍ଞ,ସମାଜ ସଂସ୍କାରକ,ବିଶିଷ୍ଟ ରାଜନିତୀଜ୍ଞ,ଭାରତ ରତ୍ନ ଡକ୍ଟର ବାବା ସାହେବ …

Leave a Reply

Your email address will not be published. Required fields are marked *