Monday , March 27 2023
Breaking News
Home / ରାଜନୀତି / ରାଜୀବ ଗାନ୍ଧି ଶ୍ରାଦ୍ଧୋତ୍ସବରେ ଖାଦ୍ୟ ସାମଗ୍ରୀ ବଂଟନ ଓ କୋଭିଡ୍ ସଚେତନତା 

ରାଜୀବ ଗାନ୍ଧି ଶ୍ରାଦ୍ଧୋତ୍ସବରେ ଖାଦ୍ୟ ସାମଗ୍ରୀ ବଂଟନ ଓ କୋଭିଡ୍ ସଚେତନତା 

ତାରପୁର, ୨୧/୦୫/୨୦୨୧(ଓଡ଼ିଶା ସମାଚାର)-ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶାଦ୍ଧଦିବସରେ ଜଗତ୍ସିଂହପୁର ଜିଲ୍ଲା କଂଗ୍ରେସ୍ କମିଟି ତତ୍ୱାବଧାନରେ ରଘୁନାଥପୁର ବ୍ଲକ୍ କଂଗ୍ରେସ୍ କମିଟି ସହଯୋଗରେ ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ଗୁଆଳିପୁର ପଂଚାୟତ, ବର୍ତୀ ଗ୍ରାମର ଡାହାଣୀ ଗାଡିଆ ଆଦିବାସୀ ବସ୍ତିରେ ଆଦିବାସୀ ଲୋକମାନଙ୍କୁ କରୋନାର ଦ୍ୱିତୀୟ ଲହରୀରୁ ରକ୍ଷା ପାଇବା ନିମନ୍ତେ ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଏବଂ ସାନିଟାଇଜର ବ୍ୟବହାର କରି ଟୀକା ନେବାକୁ ପରାମର୍ଶ ଦେଇଥିଲେ  । ଏହି ଅବସରରେ ଆଦିବାସୀ ଲୋକମାନଙ୍କୁ ଶୁଖିଲା ଖାଦ୍ୟ, ମାସ୍କ ଓ ସାନିଟାଇଜର ବଂଟନ କରିଥିଲେ  । ଏହି କାର୍ଯ୍ୟକ୍ରମ ବ୍ଲକ୍ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ଦାସଙ୍କ ତତ୍ୱାବଧାନରେ କରାଯାଇଥିଲା  । ଏହି କାର୍ଯ୍ୟକ୍ରମରେ କଂଗ୍ରେସ୍ ର ବରିଷ୍ଠ ନେତା ସର୍ବେଶ୍ୱର ପଣ୍ଡା, ଆର୍ତତ୍ରାଣ ପଣ୍ଡା, ହେମନ୍ତ କୁମାର ବେହେରା, ସାଇ ପ୍ରଭଞ୍ଜନ ମହାପାତ୍ର, ତିର୍ତୋଲ ବ୍ଲକ୍ କଂଗ୍ରେସ୍ ର ନେତା ଅଶ୍ୱିନୀ ସ୍ୱାଇଁ, ସାଫିଆଜାମ ପ୍ରମୁଖଙ୍କ ସହିତ ଅନେକ କଂଗ୍ରେସ୍ କର୍ମୀ ଯୋଗଦେଇ ଲୋକମାନଙ୍କୁ ସଚେତନ କରିଥିଲେ  ।  ଓଡ଼ିଶା ସମାଚାର

Leave a Reply

Your email address will not be published.