କେନ୍ଦ୍ରାପଡ଼ା, ୨୧/୦୫/୨୦୨୧(ଓଡ଼ିଶା ସମାଚାର)- ମହାମାରୀ କରୋନା କାରଣରୁ ବର୍ଷାଧିକକାଳ ହେବ ଜିଲ୍ଲାର ହଜାର ହଜାର ପରିବାର ଜୀବିକା ହରାଇ ଗୁରୁତର ଆର୍ଥିକ ସଙ୍କଟ ମଧ୍ୟଦେଇ ଗତି କରୁଛି । ଏପରିକି ଅନେକ ପରିବାର ନିଜର ସର୍ବନିମ୍ନ ଆବଶ୍ୟକତା ପୁରଣ କରିବା ସ୍ଥିତିରେ ନାହାନ୍ତି । ଏଭଳି ସ୍ଥିତି ଯେ କେତେଦିନ ପର୍ଯ୍ୟନ୍ତ ଲାଗି ରହିବ ତାର କିଛି ଆକଳନ କରାଯାଇପାରୁନି । ଜିଲ୍ଲାରେ କରୋନା ସଂକ୍ରମିତଙ୍କ ଘୋଷିତ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାଠାରୁ ଅଧିକ ଲୋକ ବିନା ପରୀକ୍ଷାରେ ଘରୋଇ ଭାବେ ଚିକିସôିତ ହେଉଛନ୍ତି । ସେମାନଙ୍କୁ ସହାୟତା ଦେବା ପାଇଁ ପ୍ରଶାସନର କୌଣସି ବ୍ୟବସ୍ଥା ନାହିଁ । ଏହିଭଳି ଏକ ସଙ୍କଟଜନକ ପରିସ୍ଥିତିରେ ଗୋଟିଏ ଜନମଙ୍ଗଳ ସରକାର ଲୋକଙ୍କୁ ସମସ୍ତ ପ୍ରକାର ସ୍ୱାସ୍ଥ୍ୟଗତ ଏବଂ ଆର୍ଥିକ ସହାୟତା ଯୋଗାଇଦେବା କଥା । ମାତ୍ର ଅତ୍ୟନ୍ତ ପରିତାପର ବିଷୟ ଆମର ରାଜ୍ୟ ସରକାର ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଉପରେ ବେଡି ଉପରେ କରୋଡା ମାଡ ଦେବା ପାଇଁ ମଦର ଘରୋଇ ବିତରଣ ପାଇଁ ଅବକାରୀ କମିଶନରଙ୍କୁ ପତ୍ର ସଂଖ୍ୟା ୨୩୧୦ ତା ୧୨.୦୫.୨୦୨୧ରିଖରେ ପ୍ରସ୍ତାବ ଦେଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଦକୁ ଲୋକଙ୍କ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ହ୍ରାସର ପ୍ରମୁଖ ରୂପେ ଦର୍ଶାଇଥିବା ବେଳେ ସରକାର ଏହି ସମୟରେ ମଦକୁ ଘରେ ଘରେ ପହଂଚାଇବାର ବ୍ୟବସ୍ଥା କରିବା କରୋନା ବିରୋଧୀ ଲଢେଇକୁ ଦୁର୍ବଳ କରିବା ସହିତ ସରକାରଙ୍କ ମାନସିକ ଦେବାଳିଆପଣକୁ ପ୍ରତିପାଦିତ କରୁଛି । ୧୯୫୬-ନିଶା ନିବାରଣ ଆଇନକୁ କାର୍ଯ୍ୟକାରୀ କରି ରାଜ୍ୟକୁ ସଂପୂର୍ଣ୍ଣ ନିଶା ମୁକ୍ତ କରିବା ଦିଗରେ ସରକାର ଏହି ତାଲାବନ୍ଦ ସମୟକୁ ଏକ ସୁଯୋଗ ରୂପେ ବ୍ୟବହାର କରିବା ପରିବର୍ତେ ମଦକୁ ଘରେ ଘରେ ପହଂଚାଇବାର ଯୋଜନା ପାରିବାରିକ ଅଶାନ୍ତି ଓ ସାମାଜିକ ଅପରାଧକୁ ବହୁ ଗୁଣିତ କରିବ । ଓଡିଶା ମିଳିତ ନିଶା ନିବାରଣ ଅଭିଯାନ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ସରକାରଙ୍କ ଏଭଳି ଅପରିଣାମଦର୍ଶୀ ଯୋଜନାକୁ ଦୃଢ ନିନ୍ଦା କରିବା ସହିତ ଆର୍ଥିକ ଦୃଷ୍ଟିରୁ ପଛୁଆ କେନ୍ଦ୍ରାପଡା ଜିଲ୍ଲାରେ ଏପରି ଏକ ଜନସ୍ୱାର୍ଥ ବିରୋଧୀ ଯୋଜନାକୁ ଅନୁମତି ନଦେବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦୃଢ ଦାବି କରାଯାଇଛି । ଅଭିଯାନର ଜିଲ୍ଲା ସଭାପତି ପାର୍ବତୀ ନାୟକ ଓ ସମ୍ପାଦକ ଆଦିକନ୍ଦ ରାଉଳ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଓଡ଼ିଶା ସମାଚାର