କଟକ, ୨୧/୦୫/୨୦୨୧(ଓଡ଼ିଶା ସମାଚାର)- କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ କରୋନା ଭୁତାଣୁ ସଂକ୍ରମଣ ରୋକିବାରେ ସଦର ଉପକଣ୍ଠ ଫକିରପଡା ପଂଚାୟତର ବଜାର,ଅଙ୍ଗନୱାଡିକେନ୍ଦ୍ର, ସ୍ୱାସ୍ଥ୍ୟଉପକେନ୍ଦ୍ର,ବରୁଣେଇ ପାଠାଗାର, ଗ୍ରାମଦେବୀ ମା ବରୁଣେଇ ମନ୍ଦିର ପରିସର ଏବଂ ଆଖପାଖ ଗ୍ରାମ ଆଦି ବହୁ ସ୍ଥାନରେ ବିଶୋଧନ କାର୍ଯ୍ୟ କରାଯାଇଛି । ଏହି ସେଵାକାର୍ଯ୍ୟ ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ନିର୍ଦ୍ଦେଶକ୍ରମେ ପରିଷଦର କାର୍ଯ୍ୟକର୍ତା ପ୍ରମୋଦ କୁମାର ଦାସ,ଗୁରୁଦତ୍ତ ନନ୍ଦ,ପ୍ରଭୁଦତ୍ତ ନନ୍ଦ,ଯଜ୍ଞଦତ୍ତ ନନ୍ଦ,ସାଗର କୁମାର ଭୋଇ,ମଧୁସୂଦନ ମଲ୍ଲିକ,ରାଧେଶ୍ୟାମ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ବିଶୋଧନକାର୍ଯ୍ୟକୁ ସଫଳ କରିଥିଲେ । ଓଡ଼ିଶା ସମାଚାର