Saturday , June 3 2023
Breaking News
Home / ବିଶେଷ / ପୀରବାବାଙ୍କ ନିକଟରେ ସଂଖ୍ୟାଲଘୁ ସଂପ୍ରଦାୟ ପକ୍ଷରୁ ଆଇନମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା

ପୀରବାବାଙ୍କ ନିକଟରେ ସଂଖ୍ୟାଲଘୁ ସଂପ୍ରଦାୟ ପକ୍ଷରୁ ଆଇନମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା

କେନ୍ଦ୍ରାପଡ଼ା,୨୧/୦୫/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସଂଖ୍ୟାଲଘୁ ସଂପ୍ରଦାୟଙ୍କ ପକ୍ଷରୁ କରୋନା ସଂକ୍ରମିତ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଆଶୁ ଆରୋଗ୍ୟ କାମନା କରାଯାଇ ସହରର ମନଶୁର-ସାହ- ବାବା(ପୀରବାବା)ଙ୍କ ଦରଘାରେ ବିଜେଡି ସଂଖ୍ୟାଲଘୁ ସଂପ୍ରଦାୟର ଯୁବନେତା ସେକ ସାବୀର ହୋସେନଙ୍କ ନେତୃତ୍ୱରେ ଦୁଆ ପ୍ରାର୍ଥନା କରିଥିଲେ । ଏହି ପ୍ରାର୍ଥନାରେ କେନ୍ଦ୍ରାପଡା ସହରର ମୁସଲମାନ ମୁରବୀ ଓ ବିଜୁ ଛାତ୍ର ଜନତାଦଳର ସମ୍ପାଦକ ମହମ୍ମଦ ଆକ୍ରମ ଖାଁ, ସେକ ମୁର୍ଶିଦ, କଲିମ ଖାଁ, ସେକ ଅସଲମ, ସେକ ଇନା, ସେକ ଓସିମ, ଗୁଡନ ଖାଁ ପ୍ରମୁଖ ଯୁବକମାନେ ପୀରବାବାଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.