Monday , March 27 2023
Breaking News
Home / ବିଶେଷ / ଦୁଇ ଦିନ ଧରି ପାନୀୟ ଜଳ ଯୋଗାଣ ବନ୍ଦ

ଦୁଇ ଦିନ ଧରି ପାନୀୟ ଜଳ ଯୋଗାଣ ବନ୍ଦ

ରଘୁନାଥପୁର, ୨୧/୦୫/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଅଧିନରେ ଥିବା ତରିକୁନ୍ଦ ପଂଚାୟତର ୯ନମ୍ବର ୱାର୍ଡ ବେରାମପୁର, ନୂଆଦା ଓ ଉତରେଶ୍ୱର ମହାଦେବ ଅଂଚଳରେ ପାଇପ୍ ପାନୀୟ ଜଳ ଯୋଗାଣ ଦୁଇଦିନ ହେଲା ବନ୍ଦ ହୋଇଯାଇଛି  । ବେରାମପୁରଠାରେ ଥିବା ପାଇପ୍ ପାନୀୟ ଜଳ ପ୍ରକଳ୍ପଟିର ମୋଟରଟି ପୋଡିଯିବାରୁ ଦୁଇଦିନ ହେଲା ୩ଗୋଟି ଗ୍ରାମକୁ ପାଇପ୍ ପାନୀୟ ଜଳଯୋଗଇ ବନ୍ଦହୋଇରହିଛି  । ପ୍ରବଳ ରୌଦ୍ରତାପରେ ଲୋକମାନେ ବିଶୁଦ୍ଧ ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି  । ୩ଦିନ ଧରି ମୋଟର ପୋଡିଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କଟକରେ ରହି ଏ ଦିଗରେ କୌଣସି ପଦକ୍ଷେପ ନେଇନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି  । ଏଠାରେ ସୂଚନା ଯୋଗ୍ୟ ରଘୁନାଥପୁର ବ୍ଲକ୍ ରେ ପାଇପ୍ ପାନୀୟ ଜଳ ଯୋଗାଣ ପ୍ରହସନରେ ପରିଣତ ହୋଇଛି  । ମନଇଚ୍ଛା କେଉଁ ଦିନ ଅଧଘଂଟା, ଆଉ କେଉଁଦିନ ଆଦୌ ପାଣିମଟର ଚଳାଉନାହାଁନ୍ତି  । ଅନେକ ସ୍ଥାନରେ ନିର୍ଦ୍ଧିଷ୍ଟ ସମୟରେ ମଧ୍ୟ ପାଣିମଟର ଚଲାଉ ନାହାଁନ୍ତି, ଯାହା ଫଳରେ ହଜାର ହଜାର ଲୋକ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଂଚିତ  ହେଉଛନ୍ତି  । ଜିଲ୍ଲାପାଳ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏ ଅଂଚଳର ବୁଦ୍ଧିଜୀବୀମାନେ ଦାବି କରିଛନ୍ତି  । ଓଡ଼ିଶା ସମାଚାର

Leave a Reply

Your email address will not be published.