କେନ୍ଦ୍ରାପଡ଼ା,୨୧/୦୫/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ପଂଚାୟତର ଭରସିଂ ଗ୍ରାମର ସୁନାକର ପରିଡାଙ୍କର ୪୯ବର୍ଷ ବୟସରେ ଗୁରୁବାର ସକାଳୁ ହୃଦଘାତରେ ପରଲୋକ ହୋଇଯାଇଛି । ତାଙ୍କ ମୃତୁ୍ୟ ଶଯ୍ୟା ନିକଟରେ ୧୧ବର୍ଷର ପୁଅ, ୧୫ବର୍ଷର ଝିଅ ଓ ପତ୍ନୀ ଉପସ୍ଥିତ ଥିଲେ । ସେ ଦୀର୍ଘ ୮ବର୍ଷ ହେବ ହୃଦରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ । ସେ ଗାଙ୍ଗପଡାର ଗୋଗୁଆଛକ ବସଷ୍ଟାଣ୍ଡରେ ଖବରକାଗଜ ହକର ଭାବେ ବହୁବର୍ଷ ଧରି କାର୍ଯ୍ୟ କରିଆସୁଥିଲେ । ସ୍ୱର୍ଗତ ପରିଡା ଜଣେ ଗରୀବ ଶ୍ରେଣୀର ଲୋକ ପରିବାରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ହୋଇଥିବା ବେଳେ ତାଙ୍କ ବିୟୋଗ ପରେ ପରିବାର ସଦସ୍ୟମାନେ ଏକ ରକମ ଭାଙ୍ଗି ପଡିଥିବା ଦେଖାଯାଇଛି । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ମେଳାପି ଓ ବନ୍ଧୁ ବତ୍ସଳ ବ୍ୟକ୍ତି ଥିଲେ । ଗ୍ରାମ୍ୟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ସ୍ଥାନୀୟ ସରପଂଚ ଙ୍କ ପ୍ରତିନିଧି ଦିଲ୍ଲିପ କୁମାର ରାଉତ, ସାମ୍ବାଦିକ ତଥା ସମାଜସେବୀ ରଞ୍ଜନ କୁମାର ସାହୁ ଓ ଗ୍ରାମବାସୀଙ୍କ ସହଯୋଗରେ ଏହା ସମ୍ପନ୍ନ ହୋଇଥିଲା । ଏକଭଙ୍ଗା ଚାଳଛପର ଘରେ ତାଙ୍କ ପରିବାର ଜୀବନ ବିତାଉଥିବା ବେଳେ ତାଙ୍କ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି । ଓଡ଼ିଶା ସମାଚାର