କେନ୍ଦ୍ରାପଡ଼ା, ୨୧/୦୫/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ଶୁକ୍ରବାର ୧୯୫ ଜଣ କରୋନା ପଜିଟିଭ ବାହାରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥିମଧ୍ୟରୁ ଆଳି ବ୍ଲକରେ ୨୭ଟି କରୋନା ପଜିଟିଭ କେଶ ବାହାରିଥିବା ବେଳେ ଡେରାବିଶି ବ୍ଲକରେ ୨୫, ଗରଦପୁର ବ୍ଲକରେ ୧୦, କେନ୍ଦ୍ରାପଡା ବ୍ଲକରେ ୨୮, ମହାକାଳପଡା ବ୍ଲକରେ ୧୩, ମାର୍ଶାଘାଇ ବ୍ଲକରେ ୩୮ , ପଟ୍ଟାମୁଣ୍ଡାଇ ବ୍ଲକରେ ୧୫, ରାଜକନିକା ବ୍ଲକରେ ୭, ରାଜନଗର ବ୍ଲକରେ ୨୩ ଏବଂ କେନ୍ଦ୍ରାପଡା ପୌରାଂଚଳରେ ୯ ଜଣ କରୋନା ପଜିଟିଭ ବାହାରିଥିବା ସୂଚନା ଦିଆଯାଇଛି । ଜିଲ୍ଲାରେ ଧିରେ ଧିରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବାରୁ କୋଭିଡ କଟକଣାକୁ ଆହୁରି କଡାକଡି କରାଯିବାର ଆବଶ୍ୟକତା ରହିଛି । ଓଡ଼ିଶା ସମାଚାର