Monday , December 6 2021
Breaking News
Home / ବିଶେଷ / କୁଅରେ ପଡି ମହିଳା ମୃତ

କୁଅରେ ପଡି ମହିଳା ମୃତ

ଭୁବନ ୨୧/୦୫/୨୦୨୧(ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ଭୂଷଳ ଗ୍ରାମରେ ଆଜି ସକାଳେ କୁଅରୁ ପାଣି କାଢୁଥିବା ସମୟରେ ଖସିପଡି କୁଅରେ ବୁଡିଯାଇ ଜଣେ ମହିଳା ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ପ୍ରାପ୍ତ ଖବରରୁ ପ୍ରକାଶ ଯେ, ସନ୍ଦିପ୍ତ ଶତପଥି ଙ୍କ ପତ୍ନୀ ସ୍ୱର୍ଣ୍ଣମୟୀ ପଣ୍ଡା ( ୩୦ ) ଆଜି ସକାଳ ୬.୩୦ ସମୟରେ ଘର ସମ୍ମୁଖରେ ଥିବା କୁଅରୁ ପାଣି ଆଣିବାକୁ ଯାଇଥିଲେ । ପାଣି କାଢୁଥିବା ସମୟରେ ତାଙ୍କ ଗୋଡ ଖସି ଯିବାରୁ ସେ କୁଅରେ ପଡିଯାଇଥିଲେ । ସ୍ଥାନୀୟ ଲୋକ ଦେଖିବା ପରେ ପୋଲିସ ଓ ଦମକଳ ବିଭାଗକୁ ଖବର ଦେଇଥିଲେ । ଦମକଳ ବାହିନୀ କୁଅ ଭିତରୁ ଯୁବତୀଙ୍କ ଶବ ଉଦ୍ଧାର କରିଥିଲେ । ଶବ ବ୍ୟବଚ୍ଛେଦ ପରେ ପୋଲିସ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲା । ଏ ସଂପର୍କରେ ଭୁବନ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଥିବା ସଂପର୍କରେ ତଦନ୍ତକାରୀ ଅଫିସର ଏସଆଇ ସୁକାନ୍ତି କେରକେଟା ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ପଂଚାୟତିରାଜ ବ୍ୟବସ୍ଥାରେ ମନମାନୀ : ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଓ ଅଧିକାରକୁ ଫୁ

ଅଦୃଶ୍ୟ ଶକ୍ତିଙ୍କ ଗୁପ୍ତ ଚିଠାରେ ହେଉଛି ବିଭିନ୍ନ ପ୍ରକଳ୍ପ ଚୟନ ଓ ଅନୁମୋଦନ କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଗ୍ରାମାଂଚଳ ର ବିକାଶ …

Leave a Reply

Your email address will not be published. Required fields are marked *