Thursday , December 2 2021
Breaking News
Home / ବିଶେଷ / କରୋନା ଦୁଃସମୟରେ ସ୍ୱେଚ୍ଛାସେବୀ ମାନେ ସାଜିଲେ ଦେବଦୂତ

କରୋନା ଦୁଃସମୟରେ ସ୍ୱେଚ୍ଛାସେବୀ ମାନେ ସାଜିଲେ ଦେବଦୂତ

ନୟାବଜାର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରହେଲା ସାନିଟାଇଜ

କଟକ, ୨୧/୦୫/୨୦୨୧(ଓଡ଼ିଶା ସମାଚାର)-  କଟକ ସଦର ବ୍ଲକର  ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ନିର୍ଦ୍ଦେଶ କ୍ରମେ କଟକ ମହାନଗର ନିଗମ ୫୧ ନମ୍ବର ୱାର୍ଡ ତିନିଘରିଆ ଉପକଣ୍ଠ ନୟାବଜାର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ କରୋନା ଭୂତାଣୁ ସଂକ୍ରମଣ ରୋକିବାରେ ବିଶୋଧନ କରାଯାଇଛି । ଏହି ବିଶୋଧନ କାର୍ଯ୍ୟରେ ତିନିଘରିଆ ପୂଜାକମିଟି ସଭାପତି ଲେଲିନ ଖୁଣ୍ଟିଆ, ଯୁବ ସମାଜସେବୀ ଅଲୋକ ବସ୍ତିଆ,ଶୁଭେନ୍ଦୁ ଭୂୟାଁ,ପୋପରଡା ମହାଦେବ ପୂଜା କମିଟିର ସମ୍ପାଦକ ସୁଦର୍ଶନ ଜେନା,ବରିଷ୍ଠ ନାଗରିକ ସଂଘ ପୂର୍ବ କଟକର ସଂଗଠନ ସମ୍ପାଦକ ହୃଦାନନ୍ଦ ପଟ୍ଟନାୟକ, ସଭାପତି ବିଜୟ କୁମାର ଖୁଣ୍ଟିଆ, ସାଧାରଣ ସମ୍ପାଦକ ଅଗଣି ଚରଣ ନାୟକଙ୍କ ସମେତ ଉତ୍କଳ ବିକାଶ ପରିଷଦର କାର୍ଯ୍ୟକର୍ତା ବିଜୟ ନାୟକ, ବାବୁଲି ଦାସ, ନାରାୟଣ ଜେନା, ସ୍ମୃତିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି  ପରିଚାଳନା କରିଥିଲେ । ଅଞ୍ଚଳ ବାସିନ୍ଦା ବାରମ୍ବାର ମହାନଗର ନିଗମକୁ ଜଣାଇବାପରେ ମଧ୍ୟ ବିଶୋଧିକରଣ ହୋଇପାରୁନଥିଲା ବେଳେ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦର ଏହି ବିଶୋଧନ କାର୍ଯ୍ୟକ୍ରମକୁ ସାଧାରଣରେ ଉଚ୍ଚ ପ୍ରସଂଶା କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ମାହାଳହାଟ ପୋଲିସ ଫାଣ୍ଡି ଅଂଚଳରେ ଘନ ଘନ ଚୋରୀ

ତାରପୁର, ୦୧/୧୨/୨୦୨୧(ଓଡ଼ିଶା ସମାଚାର)- କିଶନନଗର ଥାନା ଅଧିନରେ ଥିବା ମାହାଳହାଟ ପୋଲିସ ଫାଣ୍ଡି ଅଂଚଳରେ ଘନ ଘନ ଚୋରୀକୁ ନେଇ …

Leave a Reply

Your email address will not be published. Required fields are marked *