Saturday , December 10 2022
Home / ବିଶେଷ / ଅସହାୟ ପରିବାର ଙ୍କୁ ସହାୟତାର ହାତ ବଢାଇଲେ ଅତନୁ

ଅସହାୟ ପରିବାର ଙ୍କୁ ସହାୟତାର ହାତ ବଢାଇଲେ ଅତନୁ

ମାର୍ଶାଘାଇ, ୨୧/୦୫/୨୦୨୧(ଓଡ଼ିଶା ସମାଚାର)- ଅସହାୟ ପରିବାରକୁ ସହାୟତାର ହାତ ବଢାଇଛନ୍ତି ମହାକାଳପଡା ବିଧାୟକ ଅତନୂ ସବ୍ୟସାଚୀ ନାୟକ । ସମଗ୍ର ରାଜ୍ୟରେ କୋରୋନା ତାଣ୍ଡବ ରଚିଥିବା ବେଳେ ଜୀବନ ଜିଈଁବା ନେଇ କି ଧନୀ , କି ଗରିବ ସମସ୍ତେ ଏକାକାର ହୋଇଛନ୍ତି । ଘରୁ ବାହାରକୁ ନଯାଇ ଘରେ ରହିବାକୁ ପଡୁଛି । ଏହାରି ମଧ୍ୟରେ ନିଜ ପରିବାରର ରୋଜଗାରକ୍ଷମ ମାନକୁ ହରାଇ ଅସହ୍ୟ ଯନ୍ତ୍ରଣାରେ ଦିନ କାଟୁଥିବା ପରିବାରଙ୍କ ନିକଟରେ, ସମସ୍ତ କର୍ତ୍ତବ୍ୟ ମଧ୍ୟରେ ଏହାକୁ ଏକ ଗୁରୁଦାୟିତ୍ୱ ଭାବରେ ବହନକରି ଅସହାୟ ପରିବାର ନିକଟରେ ସହାୟତା ପହଞ୍ଚାଇଛନ୍ତି ବିଧାୟକ । ଗତ ଦୁଇ ବର୍ଷ ତଳେ ମାର୍ଶାଘାଇ ବ୍ଲକ ଗରଜଙ୍ଗା ପଞ୍ଚାୟତର ବଡପାଳ ଆଠବାଟିଆ ଗ୍ରାମର ଜଣେ ୧୦ବର୍ଷର ବାଳକର ନିଜ ପରିବାରର ବୋଝ କିପରି ବୋହୁଥିଲା ବିଭିନ୍ନ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରିଥିଲା । ଏକ ଭଙ୍ଗା ଚାଳିଆରେ ନିଜର ଅର୍କମଣ୍ୟ ବାପା,ମା,ଓ ବଡଭାଇର ବୋଝକୁ କାନ୍ଧରେ ବୋହି ପୁଅ ପ୍ରଥମେଶ ୧୦ମ ଶ୍ରେଣୀରେ ପଢୁଥିବା ବେଳେ ପରିବାରର ବୋଝ ବୋହୁଥିଲା । ଯାହାକି ବିଧାୟକଙ୍କ ହୃଦୟକୁ ଆନ୍ଦୋଳିତ କରିଥିଲା । ପ୍ରଥମେ ବିଧାୟକ ଶ୍ରୀ ନାୟକ ପ୍ରଥମେଶଙ୍କ ଘରକୁ ଆସି ତାଙ୍କ ପିତାଙ୍କର ଚିକିତ୍ସା ଖର୍ଚ୍ଚ ନିଜେ ବହନକରି କଟକ ଡାକ୍ତରଖାନାରେ ଚିକିତ୍ସା କରାଇ ଭଲ କରିଥିଲେ । ତାଙ୍କ ପରିବାରର ଆବାସ ଯୋଜନା ସମେତ ରାସନକାର୍ଡ ଭତ୍ତା ଭଳି ସହାୟତା ପ୍ରଦାନ କରିବା ସହିତ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ । ନିକଟରେ କିଛିମାସ ତଳେ ପ୍ରଥମେଶଙ୍କ ମାଙ୍କର ମୃତ୍ୟୁ ଘଟିଥିଲା । ତେବେ ପରିବାରକୁ ସହାୟତା ଯୋଗାଇ ଦେଇ ଆସୁଥିବା ବିଧାୟକ ବିଭିନ୍ନ ସମୟରେ ରାସନ ସାମଗ୍ରୀ ଠାରୁ ଆରମ୍ଭ କରି ଆର୍ଥିକ ସହାୟତା ଯୋଗାଇ ଦେଉଥିଲେ । ତେବେ କୋରୋନା ସମୟରେ ବିଧାୟକ ଶ୍ରୀ ନାୟକ ପ୍ରଥମେଶଙ୍କ ପରିବାରକୁ ଦୁଇ ମାସର ରାସନ ପଠାଇ ପୂର୍ନବାର ସହାୟତାର ହାତ ବଢାଇଛନ୍ତି । କେବଳ ପ୍ରଥମେଶ ନୁହଁନ୍ତି ମାର୍ଶାଘାଇ ବ୍ଲକର ହାତୀଆ ଗ୍ରାମର ସୁବଳ ସାହୁ ଦିର୍ଘ ୧୫ବର୍ଷ ହେବ ସୁଦୂର ଦିଲ୍ଲୀରେ ରହି କାମ କରୁଥିବା ବେଳେ ଗତବର୍ଷ କୋରୋନାରେ ପ୍ରାଣ ହରାଇଥିଲେ ସୁବଳ । ସୁବଳଙ୍କ ମୃତ୍ୟୁପରେ ପରିବାର ନିକଟରେ ନା ଦୀଲ୍ଲିରେ ନା ପଲ୍ଲୀରେ ସହୟତାର ହାତ ବଢାଇବାକୁ କେହିବି ନଥିଲେ । ଏଭଳି ପରିସ୍ଥିତି ଗାଁକୁ ଫେରିଆସିବାକୁ ତାଙ୍କ ପତ୍ନୀ ଅନୂସୟା ସରକାରଙ୍କୁ ଆକୁଳ ନିବେଦନ ପରେ ଅନୂସୟାଙ୍କ ସହିତ ତାଙ୍କର ଦୁଇଟି ଛୋଟ ଛୋଟ ପିଲାଙ୍କୁ ବିମାନରେ ଗାଁକୁ ଆଣିବାର ବ୍ୟବସ୍ଥା କରିଥିଲେ । କେବଳ ଫେରାଇ ଆଣି ଦାୟିତ୍ୱ ସାରି ନଦେଇ ସେମାନଙ୍କ ପାଇଁ ବାସଗୃହ,ଭତ୍ତା,ଏବଂ ପିଲାମାନଙ୍କର ପଢିବା ଖର୍ଚ୍ଚ ବହନ କରିଥିଲେ ଅତନୂ । କୋଭିଡ ସମୟରେ ପରିବାରଟି ଅସହାୟ ହୋଇ ପଡିଥିବା ବେଳେ ବିଧାୟକ ଶ୍ରୀ ନାୟକ ଦୁଇ ମାସର ରାସନ ସାମଗ୍ରୀ ପରିବାର ନିକଟରେ ପହଞ୍ଚାଇ ପରିବାରରେ ହସ ଫୁଟାଇଛନ୍ତି । ସେହିପରି ନିକଟରେ ତେରଗାଁ ଗ୍ରାମରେ ତିନିଜଣ ବଢିଲା ଝିଅ ଓ ଅସହାୟ ପତ୍ନୀଙ୍କୁ ଛାଡି କ୍ୟାନସରରେ ପୀଡିତ ଶ୍ରୀଧର ବେହେରା ମୃତ୍ୟୁ ବରଣ କରିଥିବା ବେଳେ କୋରୋନା ମହାମାରୀ ଭଳି ଘଡିସନ୍ଧି ମୂହୁର୍ତ୍ତରେ ଅସହାୟ ପରିବାରକୁ ସହାୟତା ବଢାଇଛନ୍ତି ବିଧାୟକ ଶ୍ରୀ ନାୟକ । ତାଲାବନ୍ଦ ସମୟରେ ରୋଜାଗାର ହରାଇ ହାଃ ହତାସା ମଧ୍ୟରେ ଦିନ କାଟୁଥିବା ଏହି ପରିବାରକୁ ନଭୂଲି ସହାୟତାର ହାତ ବଢାଇ ମହାକାଳପଡା ବାସୀଙ୍କ ହୃଦୟ ଜିଣିଥିବା ନେଇ ଚର୍ଚ୍ଚା ଯୋର ଧରିଛି । ଅନେକଙ୍କ ନିକଟରେ ବିପଦ ସମୟରେ ନିଜ ପଦପଦବୀର ଅହମିକାରେ ଦୁଃଖି ମଣିଷକୁ ଭୂଲି ଯିବାର ଅନେକ ନଜିର ରହିଥିବା ବେଳେ ଏକ ନିଆରା ମଣିଷ ଭାବରେ ଅତନୂ ସବ୍ୟସାଚୀ ନାୟକ ମାନବ ସେବାକୁ ମାଧବ ସେବାର ବ୍ରତକରି ବିପଦ ଆପଦରେ ଅସହାୟ ମଣିଷଙ୍କ ନିକଟରେ ପହଞ୍ଚି ବିଭିନ୍ନ ମହଲରେ ପ୍ରଶଂସାର ପାତ୍ର ପାଲଟିଛନ୍ତି ।ଓଡ଼ିଶା ସମାଚାର

Leave a Reply

Your email address will not be published.